STORYMIRROR

Ajit Kumar Raut

Action

3  

Ajit Kumar Raut

Action

😊😊😊ନୂଆ ଭାରତ😊😊😊

😊😊😊ନୂଆ ଭାରତ😊😊😊

1 min
213


ନୂଆ ଭାରତର ନୂତନ ସଙ୍କଳ୍ପ

ଚତୁର୍ଦ୍ଦିଗ ଦିଶୁ ଅଛି

ଆତ୍ମନିର୍ଭର ରେ ସଙ୍କଳ୍ପିତ ଦେଶ

ନୂଆ କୀରଣ ଦିଶୁଛି।୧।

ବିଶ୍ବ ବିଦ୍ୟାଳୟ ପାଠଶାଳି ମଧ୍ୟ

ଜାଗି ଉଠୁ ଅଛି ଏବେ

ଆତ୍ମନିର୍ଭର ରେ ମାତ୍ରୁଭୂମୀ ପାଇଁ

ଆବିଷ୍କାର ନୂଆ ଦେବେ।୨।

ପବିତ୍ର ଦେଶର ଉନ୍ନତି ନିମନ୍ତେ

ତତ୍ପରଟି ଛାତ୍ରଛାତ୍ରୀ

ଅତି ଉତ୍ସାହିତେ ଗର୍ଜନ କରନ୍ତି

ଆଣିବେ ନୂତନ ନିତୀ ।୩।

କୄଷକ କରନ୍ତି ଆଧୁନିକ ଚାଷ

ବୈଜ୍ଞାନିକ ଅନୁସାରେ

ସାକାର କରନ୍ତି ଚାଷର ପଦ୍ଧତି

ଅତ୍ମନିର୍ଭର ନିତୀରେ।୪।

ସବୁ ଆବିଷ୍କାର ଦେଶେ ହେଉ ଆଛି 

ଏହିତ ଦେଶ ଗୌରବ             

କରୋନା ଟିକାଟି ଆବିଷ୍କାର ଦେଶେ

ଏହିତ ଆମ ବୈଭବ।୫।

ସବୁ କ୍ଷେତ୍ରେ ଆଜି ହୁରି ପଡୁ ଅଛି

ନୂତନ ଭାରତ ପାଇଁ

ନିସ୍ବାର୍ଥ ଭାବରେ କାର୍ଯ୍ୟ ହେଉ ଅଛି

ବିଶ୍ବ ଗୁରୁ ହେବା ପାଇଁ।୬।

ରାମରାଜ୍ୟ ସ୍ବପ୍ନ ଆଣି ଦେଇଛନ୍ତି

ଦେଶର ପ୍ରଧାନ ଆମ

ନୂଆ ବୈଭବରେ ସଜ୍ଜିତ କରନ୍ତି

ପବିତ୍ର ଦେଶଟି ଆମ।୭।

ପ୍ରଭୁ ଭକ୍ତି ନିତ୍ୟେ କରୁଛନ୍ତି ଜନ

ରାମ କୄଷ୍ଣ ଗାଉ ଛନ୍ତି

ଆମର ଆରାଧ୍ୟ ଶ୍ରୀଚରଣେ ନିତ୍ୟେ

ପ୍ରେମ ଭକ୍ତି କରୁଛନ୍ତି।୮।

ଜନକଲ୍ୟାଣ ର କର୍ମକୁ କରନ୍ତି

ଜନ ସେବୁ ଛନ୍ତି ନିତ୍ୟେ

ଦୁଖି ଜନଙ୍କର ଦୁଖର ଅଶ୍ରୁକୁ

ପୋଛୁ ଛନ୍ତି ନିତ୍ୟେ ନିତ୍ୟେ।୯।

ନୂଆ ଭାରତର ନୂତନ ସଙ୍କଳ୍ପ

ଚତୁର୍ଦ୍ଦିଗ ଦିଶୁ ଅଛି

ଆତ୍ମନିର୍ଭର ରେ ସଙ୍କଳ୍ପିତ ଦେଶ

ନୂଆ କୀରଣ ଦିଶୁଛି।୧୦।



Rate this content
Log in

Similar oriya poem from Action