STORYMIRROR

Sachidananda Kar

Drama Romance

4  

Sachidananda Kar

Drama Romance

ନୁହନ୍ତି କେ' ତୁମ ସରି

ନୁହନ୍ତି କେ' ତୁମ ସରି

1 min
261


ମନେପଡେ ମୁହଁ ଇଚ୍ଛା ହୁଏ ଯେବେ

              ତୁମକୁ ଦେଖିବା ପାଇଁ

ଯେଉଁଠି ଥାଏ ମୁଁ ଯେପରି ବି ଥାଏ

            ଚାଲି ଆସେ ବେଗେ ଧାଇଁ  ।।


ହାତପାଆନ୍ତାରେ ପାଇବି ତୁମକୁ

              ଇଚ୍ଛା ହୁଏ ଯଦି କେବେ 

ସପନରେ ପାଏ ଆଖି ବୁଜିଦେଇ

            ନିଦେ ଶୋଇପଡେ ଯେବେ  ।।


ସଞ୍ଜ କି ସକାଳେ ତୁମରି ସାଥିରେ

              ଗପିବାକୁ ଇଚ୍ଛା ହେଲେ

ତୁମେ ଆସିଯାଅ ଥିଇରି ତୁମକୁ

             ହାତ ଠାରି ଡାକି ଦେଲେ  ।।


ମାଗିବାକୁ ଯଦି ଇଚ୍ଛା କରେ କେବେ

                ତୁମକୁ ମୁଁ ହାତ ପାତି

ମନ ଜାଣି ତୁମେ ଦିଅ ଯେ ଏମିତି

             ଫୁଲି ଉଠେ ମୋର ଛାତି  ।।


ଇଚ୍ଛା ହୁଏ ଯେବେ ପଚାରିବି କିଛି

                ଅଜଣା ରହିଛି ଯାହା

ଗୋଟି ଗୋଟି କରି ବୁଝାଇ ତୁମେ ତ

              କହିଦିଅ ମୋତେ ତାହା  ।।


ଖାଇବାକୁ କିଛି ଇଚ୍ଛା କରି ଯେବେ

             ଆସେ ଧୋଇ ମୁହଁ, ହାତ

କହିବା ଆଗରୁ ମୋ ପାଇଁକି ତୁମେ

               ବାଢିଦିଅ ଡାଲି,ଭାତ  ।।


ଖୁସିରେ ତୁମକୁ ଛୁଇଁବାକୁ ଥରେ

            ଇଚ୍ଛା କରେ ଯେବେ ମୁହିଁ

ତୁମେ ଥାଅ ମୋର ଅତି ନିକଟରେ

              ତୁମକୁ ପାରେ ମୁଁ ଛୁଇଁ  ।।


ଅନୁଭବେ ମୋର ପାଏ ମୁଁ ତୁମକୁ

               ନିତି ନିତି ଇଚ୍ଛା କରି

ମାଆ ତୁମେ ମୋର ସରଗଠୁ ବଡ

               ନୁହନ୍ତି କେ' ତୁମ ସରି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama