ନୁହେଁ କି ସରଗ?
ନୁହେଁ କି ସରଗ?
ମଣିଷ ଯେଉଁଠି ଭଲପାଏ
ମଣିଷକୁ,
ଭୁଲିଯାଇ ଫାଲତୁ ଜାତିଫାତିର ନୀଚ ଭାବନା
ବାଣ୍ଟେ ମମତା ନିଃସର୍ତ୍ତରେ
ଆଦର କରେ,
ସହାୟ ହୁଏ ଅଦିନେ ବିପଦ ବେଳେ
ବିନା ସ୍ୱାର୍ଥରେ ।
ଦିନ ସରେ ଦୁଃଖୀର ସେବାରେ
ରାତି ସରେ ପରର ଚିନ୍ତାରେ
ପ୍ରେମ ହୁଏ ଜୀବନ ଧର୍ମ
ସତ୍ୟ ହୁଏ ପରମ କର୍ତ୍ତବ୍ୟ ।
ନ୍ୟାୟ ଆଗରେ ଅନ୍ୟାୟ ହୁଏ ନତମସ୍ତକ
ହିଂସାର ହୁଏ ପରାଜୟ
ଅହିଂସା ପିନ୍ଧେ ବିଜୟ ମୁକୁଟ
ତାହା
ସରଗ ନୁହେଁ ତ ଆଉ କ 'ଣ?
