STORYMIRROR

Manaswinee Dash

Classics Inspirational

4  

Manaswinee Dash

Classics Inspirational

ନର ଦେହେ ନାରାୟଣ

ନର ଦେହେ ନାରାୟଣ

1 min
388


ନିଜକୁ ମଣୁଥିଲି ମୁଁ ବଡ ଭକତ, 

ଦିନର ଅଧିକ ସମୟ ପୂଜା ରେ ଯାଉଥିଲା ବିତି, 

ଭଲ ପାଉଥିଲି ଶୁଣିବାକୁ ଗୀତା ଭାଗବତ, 

ଦାମୀ ଭୋଗ ଲଗାଇବା ରେ ଥିଲା ମୋ ଖ୍ୟାତି। 


ଭାବୁଥିଲି ମୁଁ ଜଣେ ଭକତି ମୋ ଭାରି ଶ୍ରେଷ୍ଠ, 

ଲୋକନ୍କ ମୁଣ୍ଡ ମାରି ପଇସା କରିବା ମୋ ବେପାର, 

ହେଲେ ପଛାଉ ନଥିଲି କରିବାକୁ ଲୋକନ୍କ ଅନିଷ୍ଟ, 

କାହାକୁ ଖାଇବାକୁ ଦେବା ଜାତକରେ ନଥିଲା ମୋର। 


ଦିନେ ମୁଁ ଭାବିଲି ଭଗବାନ କାହିଁକି ଦଉ ନାହାନ୍ତି ଦେଖା, 

ସପନେ ଆସିଲେ ନାରାୟଣ, 

କହିଲେ ବାରମ୍ବାର ହେଲି ତୋର ସମ୍ମୁଖ, 

ତଥାପି କହୁଛୁ ତୋତେ ଦେଇନି ମୁଁ ଦରଶନ। 


ଖାଇବା ମାଗିଲି ନଦେଲୁ ତୁହି, 

ଶାରିରୀକ ପିଟା କେତେ ରଖିନି ମୁଁ ତା ହିସାବ, 

ହତାଦର ବି କଲୁ କଣ ଜାଣି ନାହିଁ, 

ତଥାପି କହୁଛୁ ମୁଁ ତୋର ସରବ। 


ମନରେ ଦେଲି ଚାପ, 

କହିଲି ଆଜି ପ୍ରଥମ ଥର ଦେଇଛ ଦରଶନ , 

ନାରାଙ୍କର ୟଣେ କହିଲେ ମନୁଷ୍ଯ ହେଇ ଜାଣିଗଲି ତୋ ଦେବ ଭାବ, 

କଣ ଜାଣିନୁ ତୁହି ନର ଦେହେ ଯେ ନାରାୟଣ ବସଇ। 



Rate this content
Log in

Similar oriya poem from Classics