ନନ୍ଦିଘୋଷେ ବିଜେ କଳା ଠାକୁର
ନନ୍ଦିଘୋଷେ ବିଜେ କଳା ଠାକୁର
ଦେଖ ଗୋ ସଖୀ ଦେଖଗୋ
ନନ୍ଦିଘୋଷ ରଥେ କଳା ସାଆନ୍ତ, ଦେଖଗୋ;
ଅଶେଷ ବ୍ରହ୍ମାଣ୍ତ ନାୟକ ସୁନ୍ଦର
ଅଦୂରରୁ ଦିଶେ କଳା ଶ୍ରୀମୁଖ, ଦେଖଗୋ ।
ତିନି ପୁର ଲୋକ ହୋଇଛନ୍ତି ରୁଣ୍ଡ
ଦୁଲୁକି ଉଠୁଛି ପୁରସ୍ତମ ଦାଣ୍ଡ
ଶଂଖ ହୁଳହୁଳି ପଡୁଛି ଉଛୁଳି
ଗଡିଗଡି ଯାଏ ତିନୋଟି ରଥ, ଦେଖଗୋ. ।
ଆଗେ ତାଳଧ୍ଵଜ ଘର୍ଘର ନାଦରେ
ମଧ୍ୟରେ ଶୁଭଦ୍ରା ଦେବ ଦଳନରେ
ହଲି ଦୋହଲି ଯେ ନନ୍ଦିଘୋଷେ ଆସେ
କୋଟି ବିଶ୍ଵ ପତି ଅନାଥ ନାଥ, ଦେଖଗୋ ।
ଅଶେଷ ପାପକୁ କରନ୍ତି ଦହନ
ଉଡାଇ ରଥରେ ପତିତପାବନ
ଏମନ୍ତ ସାମନ୍ତ ତ୍ରୀଭୁବନ ନାଥ
ରଚିଛନ୍ତି ଏହି ଗୁଣ୍ଡିଚା ଯାତ, ଦେଖଗୋ ।
ସମୁଦ୍ର ଲହରୀ ସମ ମୁଣ୍ଡ ମାଳ
ରଥ ଦିଶୁଅଛି ବୋଇତ ପ୍ରକାର
ଶେଷ ବୋଇତରେ ଚକାଚକା ଆଖି
ଦରଶନ କର ଆସି ସଙ୍ଗାତ, ଦେଖଗୋ ।
ଅଖିଳ ଅନନ୍ତ ପୁର ଆଦିକନ୍ଦ
ବୁଝନ୍ତି ସକଳ ବିଶ୍ଵର ଉଦନ୍ତ
ଅନ୍ତହୀନ ତାର ଅପାର ମହିମା
ଝରେ ପୂଣ୍ୟ ଗଙ୍ଗା ବାରି ଅମୃତ, ଦେଖଗୋ ।
ଜହ୍ନ ଜୋଛନାରେ ଅନ୍ଧାର ନିବୃତ୍ତ
ଦରଶନେ ରଥାରୂଢ଼ ଜଗନ୍ନାଥ
ଅଶେଷ ପାପରୁ ପାପି ମୁକ୍ତିଲଭେ
ପାପ କାଳିମା ସେ କରନ୍ତି ଧୌତ, ଦେଖଗୋ ।
ରଥରେ କଳା ବାମନ ଦରଶନ
ନମିଳଇ ଆଉ ଭବେ ପୁର୍ନଜନ୍ମ
ସ୍ଵଦେହେ ଶ୍ରୀଅଙ୍ଗେ ହୋଇଯିବୁ ଲିନ
ପ୍ରଫୁଲ୍ଲ ସେ ପଦେ ରଖିଛି ଚିତ୍ତ, ଦେଖଗୋ ।
