STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ନନ୍ଦିଘୋଷେ ବିଜେ କଳା ଠାକୁର

ନନ୍ଦିଘୋଷେ ବିଜେ କଳା ଠାକୁର

1 min
259


ଦେଖ ଗୋ ସଖୀ ଦେଖଗୋ

ନନ୍ଦିଘୋଷ ରଥେ କଳା ସାଆନ୍ତ, ଦେଖଗୋ;

ଅଶେଷ ବ୍ରହ୍ମାଣ୍ତ ନାୟକ ସୁନ୍ଦର

ଅଦୂରରୁ ଦିଶେ କଳା ଶ୍ରୀମୁଖ, ଦେଖଗୋ ।


ତିନି ପୁର ଲୋକ ହୋଇଛନ୍ତି ରୁଣ୍ଡ

ଦୁଲୁକି ଉଠୁଛି ପୁରସ୍ତମ ଦାଣ୍ଡ

ଶଂଖ ହୁଳହୁଳି ପଡୁଛି ଉଛୁଳି

ଗଡିଗଡି ଯାଏ ତିନୋଟି ରଥ, ଦେଖଗୋ. ।


ଆଗେ ତାଳଧ୍ଵଜ ଘର୍ଘର ନାଦରେ

ମଧ୍ୟରେ ଶୁଭଦ୍ରା ଦେବ ଦଳନରେ

ହଲି ଦୋହଲି ଯେ ନନ୍ଦିଘୋଷେ ଆସେ

କୋଟି ବିଶ୍ଵ ପତି ଅନାଥ ନାଥ, ଦେଖଗୋ ।


ଅଶେଷ ପାପକୁ କରନ୍ତି ଦହନ

ଉଡାଇ ରଥରେ ପତିତପାବନ

ଏମନ୍ତ ସାମନ୍ତ ତ୍ରୀଭୁବନ ନାଥ

ରଚିଛନ୍ତି ଏହି ଗୁଣ୍ଡିଚା ଯାତ, ଦେଖଗୋ ।


ସମୁଦ୍ର ଲହରୀ ସମ ମୁଣ୍ଡ ମାଳ

ରଥ ଦିଶୁଅଛି ବୋଇତ ପ୍ରକାର

ଶେଷ ବୋଇତରେ ଚକାଚକା ଆଖି

ଦରଶନ କର ଆସି ସଙ୍ଗାତ, ଦେଖଗୋ ।


ଅଖିଳ ଅନନ୍ତ ପୁର ଆଦିକନ୍ଦ

ବୁଝନ୍ତି ସକଳ ବିଶ୍ଵର ଉଦନ୍ତ

ଅନ୍ତହୀନ ତାର ଅପାର ମହିମା

ଝରେ ପୂଣ୍ୟ ଗଙ୍ଗା ବାରି ଅମୃତ, ଦେଖଗୋ ।


ଜହ୍ନ ଜୋଛନାରେ ଅନ୍ଧାର ନିବୃତ୍ତ

ଦରଶନେ ରଥାରୂଢ଼ ଜଗନ୍ନାଥ 

ଅଶେଷ ପାପରୁ ପାପି ମୁକ୍ତିଲଭେ

ପାପ କାଳିମା ସେ କରନ୍ତି ଧୌତ, ଦେଖଗୋ ।


ରଥରେ କଳା ବାମନ ଦରଶନ

ନମିଳଇ ଆଉ ଭବେ ପୁର୍ନଜନ୍ମ 

ସ୍ଵଦେହେ ଶ୍ରୀଅଙ୍ଗେ ହୋଇଯିବୁ ଲିନ

ପ୍ରଫୁଲ୍ଲ ସେ ପଦେ ରଖିଛି ଚିତ୍ତ, ଦେଖଗୋ ।



Rate this content
Log in

Similar oriya poem from Classics