Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Kumar

Children Others

3  

Sanjay Kumar

Children Others

ନନ୍ଦିଘୋଷ

ନନ୍ଦିଘୋଷ

1 min
13.8K


 

ନନ୍ଦିଘୋଷ        ତୁମ ଗଡ଼ିବ 
ଷୋଳ ଚକରେ। 
ବଡ଼ ଦାଣ୍ଡ           ଦୁଲୁକିବ
ଭକତଙ୍କ ମେଳରେ ॥

ଆଜ୍ଞାମାଳ ନେଇ କାଠ ଅନୁକୂଳ 
ବସନ୍ତ ପଞ୍ଚମୀରେ । 
ରଥ କଲେ            ନିରିମାଣ
ଅକ୍ଷୟ ତୃତୀୟାରେ  ॥

ଗୁଜ ହେଲା              ଆରମ୍ଭ 
ନୃସିଂହ ଚତୁର୍ଦ୍ଦଶୀରେ । 
ଅଖ ସହ          ଚକଯୋଡ଼ା
ଭଉଁରୀ ଦିନରେ  ॥

ଉଠିଲା           ଚାରିନାହକ
ସ୍ନାନ ପୂର୍ଣ୍ଣିମାରେ । 
ନବଯୌବନେ     ଉପସ୍ଥିତ 
ସିଂହଦୁଆରେ । 

ପୀତ ଲୋହିତ    ପରିବେଷ୍ଟିତ 
ଚତୁଃପାର୍ଶ୍ଵରେ । 
ଜୀବ ପରମ   ଦୁଇ ବସିଛନ୍ତି 
ଯହିଁ ମୁଣ୍ଡ ଉପରେ ॥

ଧବଳ ବର୍ଣ୍ଣର   ଘୋଟକ ଚାରି
ରଥ ମୁଖରେ। 
ଦାରୁକ ଯେ          ବିଦ୍ୟମାନ 
ସାରଥି ରୂପରେ ॥

ତ୍ରୈଲୋକ୍ୟମୋହିନୀ    ଉଡ଼ଇ
ଗଗନ ପବନରେ । 
 ଶଙ୍ଖଚୂଡ଼             ବାନ୍ଧି ଧରିଛି 
ନିଜ ଶକ୍ତି ବଳରେ ॥

ନୃସିଂହ                   ଦେବତା
   ଇନ୍ଦ୍ର ତାଙ୍କ ଦୁଆରେ ।
 ଜୟବିଜୟ             ଦ୍ଵାରପାଳ
  ଦେବୀ ଯୋଗ ମାୟାରେ ॥

ଚାରମାଳ          ପଡ଼ି ରହିଛନ୍ତି 
ଯିବେ ପ୍ରଭୁ ଉପରେ । 
 ଚକ ଅପସରା      ଚାହିଁ ଅଛନ୍ତି 
ହେବେ ଲାଗି ସେବାରେ ॥

ପ୍ରକମ୍ପିତ            ପରିବେଶ 
ହରିବୋଲରେ । 
ଘଣ୍ଟ ଘଣ୍ଟା       ରଡ଼ି ଛାଡ଼ନ୍ତି 
ଘଣ୍ଟୁଆ ହାତରେ ॥

ଗଜପତି         ଝାଡ଼ୁ ମାରନ୍ତି 
ସୁବର୍ଣ୍ଣର ଖଡ଼ିକାରେ । 
ଶଙ୍କରାଚାର୍ଯ୍ୟ   ଦର୍ଶନ କରନ୍ତି 
ରଥ ଉପରେ ॥

ଡାହୁକ ଡାକଇ      ଭାବରେ 
ଥାଇ ଅଶ୍ଵ ପିଠିରେ। 
ଭକତ            ଭିଡି ନିଅନ୍ତି 
ମହାଆନନ୍ଦରେ ॥

 


Rate this content
Log in

Similar oriya poem from Children