Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabhati Mahapatra

Classics Inspirational Children

4  

Prabhati Mahapatra

Classics Inspirational Children

ନନ୍ଦ ଉତ୍ସବ

ନନ୍ଦ ଉତ୍ସବ

1 min
365



ଆସ ନନ୍ଦ ରାଜା   ମନ କର ତାଜା

ଆଜି ଆନନ୍ଦର ଦିନ

ବ୍ରଜପୁର ଦେଖ     ଆନନ୍ଦ ମୁଖର

ଉଇଁଛି କହ୍ନେଇ ଜହ୍ନ ।


ଦୁଃଖର କାଳିମା   ଲିଭାଇ ଆସିଛି

ସୁଖର ଦୀପାଳି ଜଳେ

ଆଲୋକ ମାଳାରେ   ସୁସଜ୍ଜିତ କର

ଏତିକି ମୋ ମନ ଭାଳେ ।


ଗୋପପୁର ସାରା   ଖିରି ପୁରି ଭାସି 

ବୁଡି ଯାଉ ଦାଣ୍ଡ ଘାଟ 

ବିତରଣ କର    ଦୁଃଖି ନାରାଶ୍ରୟେ

ସୁନ୍ଦର ରେଶମୀ ପାଟ ।


ପୋଇଲୀ ଭୃତ୍ୟଙ୍କ ଦେହେ ମଣ୍ଡି ଦିଅ

ସ୍ବର୍ଣ୍ଣ ଅଳଙ୍କାର ମାନ

ଗୋପି ଗୋପାଳରେ ଖେଳି ଯାଉ ଖୁସି

କଣ୍ଠରେ ସଂଗୀତ ତାନ ।


କଳା କାହ୍ନୁ ମୋର  ଝୁଲା ଝୁଲିବ ହେ

ଝୁଲାଅ ଦୋଳଣା ଝୁଲା 

ମଳିନ ପଡିବେ  ଚାନ୍ଦ ତାରା ଯେତେ

କନ୍ଦର୍ପ ମୁଖରେ ତାଲା ।


କଜ୍ଜଳ ଟିକାକୁ    କପାଳେ ଦେବି ମୁଁ

ସୁରକ୍ଷା କବଚ ପାଇଁ

ପୁତ୍ର ମୋର ସଦା    ନିର୍ଭୟେ ରହିବ

ଅଶୁଭ ନକରୁ ବାଇ ।


କାହ୍ନୁ ମୋ ଜୀବନ    ଗଳାର ରତନ

ସେହି ମୋ ସରଗ ସୁଖ

ତା ମୁଖ ଆନନ      ଶୀତଳ ଚନ୍ଦନ

ତା ପାଇଁ ଭୂଲିବି ଦୁଃଖ ।


Rate this content
Log in