Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ନମସ୍ତେ କୁଷ୍ମାଣ୍ଡା ମାତା

ନମସ୍ତେ କୁଷ୍ମାଣ୍ଡା ମାତା

1 min
139


ନମସ୍ତେ କୁଷ୍ଣାଣ୍ଡା ମାତା ତ୍ରିତାପ ହରିଣୀ l

ଅଷ୍ଟଭୁଜେ ମହାମାୟୀ ଜଗତ ପାଳିନୀ ll


ସଂସାରର ସର୍ବ କୁଷ୍ଣା ବହି ମାଆ ଉଦରେ l

କୁଷ୍ଣାଣ୍ଡା ନାମ ବହିଲୁ ମାଆ ଜଗତରେ ll


ସପ୍ତହସ୍ତେ ଶୋଭା ମାତ ନାନା ଅସ୍ତ୍ରାବଳି l

ଦକ୍ଷିଣ ହସ୍ତେ ଧରିଛୁ ଦୃଢ଼େ ଜପାମାଳୀ ll


କେଶରୀ ବାହନେ କରୁ ବିଶ୍ୱ ପର୍ଯ୍ୟଟନ l

ଶରଣ ଗଲି ମାତେ ତୋ ଅଭୟ ଚରଣ ll


କଲ୍ୟାଣମୟୀ ଜନନୀ ସନ୍ତାନ ବତ୍ସଳା l

ଉମା ପର୍ବତ ନନ୍ଦିନୀ ହିମାଦ୍ରୀ ଅବଳା ll


ମାହେଶ୍ୱରୀ ହିମବନ୍ତି ଅନ୍ନପୂର୍ଣ୍ଣା ଗୌରୀ l 

ତିନିପୁରେ ପୂଜା ତୋର ତ୍ରିପୁର ସୁନ୍ଦରୀ ll


ସୂର୍ଯ୍ୟ ମଣ୍ଡଳରେ ମାତା ତୋର ଅବସ୍ଥିତି l

ନମଃନମଃ ମହାମାୟୀ ନମଃ କୁଷ୍ଣୈଣ୍ଡିତି ll


ଭକ୍ତିକୁସୁମରେ ମାତ କରେ ତୋର ପୂଜା l

ନମସ୍ତସୈ ମହାଦେବୀ ହିମାଦ୍ରୀ ତନୁଜା ll



Rate this content
Log in

Similar oriya poem from Inspirational