Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ନମସ୍ତେ ବ୍ରହ୍ମଚାରିଣୀ

ନମସ୍ତେ ବ୍ରହ୍ମଚାରିଣୀ

1 min
120


ନମସ୍ତେ ବ୍ରହ୍ମଚାରିଣୀ ବ୍ରହ୍ମାନନ୍ଦ ମୟୀ l

ସମ୍ଭ୍ରମେ ନମଇଁ ମାଆ ବ୍ରହ୍ମଜ୍ଞାନଦାୟୀ ll


ଶୁଭ୍ର ବସ୍ତ୍ର ପରିହିତେ ସହାସ୍ୟ ଵଦନୀ l

ମହାଦେବୀ ନମସ୍ତୁତେ ଜଗତ ଜନନୀ ll


ବାମହସ୍ତେ ଜପାମାଳା ଦକ୍ଷେ କମଣ୍ଡଳୁ l

କଲ୍ୟାଣମୟୀ ଜନନୀ ଜଗତ ପ୍ରପାଳୁ ll


ଜ୍ୟୋତିର୍ମୟବ୍ରହ୍ମ ମାତ ତୁହି ବ୍ରହ୍ମଜ୍ୟୋତି l

ତୋତେ ଧ୍ୟାନକଲେ ମାତ ବ୍ରହ୍ମଜ୍ଞାନ ପ୍ରାପ୍ତି ll


ବାୟୁ ବୈଶ୍ୱାନରଙ୍କର ଗର୍ବ କଲୁ ଚୁର୍ଣ୍ଣ l

ଦେବରାଜ ଇନ୍ଦ୍ରେ ପ୍ରଦାନିଲୁ ବ୍ରହ୍ମଜ୍ଞାନ ll


ସଙ୍କଟା ଵିକଟା ମାତ ତୁହି ମହୋତ୍କଟା l

ମସ୍ତକେ ସ୍ଵର୍ଣ୍ଣ କୀରୀଟ ବାନ୍ଧିଅଛୁ ଜଟା ll


ଅମ୍ବା ଅମ୍ବିକେ ଭବାନୀ ଗଉରୀ ଶିବାନୀ l

ପରମବୈଷ୍ଣଵୀ ମାତ ନମଃ ନାରାୟଣୀ ll


ମାହେଶ୍ୱରୀ ମହାମାୟୀ ଉମା କାତ୍ୟାୟନୀ l

ନମସ୍ତସୈ ନମସ୍ତସୈ ଜଗତ କଲ୍ୟାଣୀ ll



Rate this content
Log in

Similar oriya poem from Inspirational