STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ନମ୍ରତା

ନମ୍ରତା

1 min
367


ବଢାଏ ସୈ।ନ୍ଦର୍ଯ୍ୟ ଚରିତ୍ରେ ସୁଗୁଣ

ନମ୍ରତା ଓ ସରଳତା

ଅରଜେ ସୈ।ଭାଗ୍ୟ ସୁଖ ଶାନ୍ତି ଯଶ

ସୁପାତ୍ର ଚରିତ୍ରବତ୍ତା ।


ସଳଖ ସୁନ୍ଦର କହିବା ଉଚିତ

ମଧୁର ସତ୍ୟ ବଚନ

କଠୋର କର୍କଶ କୁଟୀଳ ସ୍ୱଭାବ

ଅଟେ ଅଧମ ଲକ୍ଷଣ ।


କଥାରେ କଥାରେ ଆତ୍ମ ବଡ଼ପଣ

ଇର୍ଷା 6ଦ୍ୱଷ ଅହଙ୍କାର

ସୂଚାଏ ନିଜର ନୀଚ୍ଚତା ଅଜ୍ଞତା

ରୁଚିହୀନ କୁସ°ସ୍କାର ।


ଜ୍ଞାନୀ ଗୁଣୀ ଜନ ଆଚାର ବିଚାରେ

କଳ୍ପବଟ ମହାବୃକ୍ଷ

ନମ୍ରତା ସ୍ୱଭାବେ ପର ଉପକାରେ

ପାଳିଥାନ୍ତି ସେବାବ୍ରତ ।


ସତତ ସ°ଯତ ସମନ୍ୱିତ ଭାବେ

ଫଳଛାୟା କରି ଦାନ

କୋମଳ ଶୀତଳ ବିନମ୍ର ସ୍ୱଭାବେ

ଆହରନ୍ତି ଦିବ୍ୟ ଜ୍ଞାନ ।

 ------



Rate this content
Log in

Similar oriya poem from Inspirational