STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ନକରିବ ଦୟା ଉଣା

ନକରିବ ଦୟା ଉଣା

1 min
211


ସ୍ନାହାନ ପୂର୍ଣ୍ଣିମା ନବଯଉବନ ପରେ ଶ୍ରୀ ଗୁଣ୍ଡିଚା ଯାତ

ବାହୁଡ଼ା ଯାତରା ସୁନାବେଶ ଯେତେ ଲୀଳା କଲ ଜଗନ୍ନାଥ

ଏବେ ମୋ ମନରେ ଉଙ୍କିମାରେ ପ୍ରଶ୍ନ କାହାପାଇଁ ଏତେ “ଲୀଳା

କଲ” ଜଗନ୍ନାଥ ନୀଳାଦ୍ରି ସାଆନ୍ତ ବୁଡି ଯାଏ ଆମ ଭେଳା ।।


ଭକତ ବିହିନ ଲୀଳା ଖେଳା ତୁମ ବଢ଼ାଇବ କେଉଁ ଟେକ

ଏମିତି ଲୀଳା ରେ ଭକତ ମନରେ ଦେଇ ଅପ୍ରମିତ ଦୁଃଖ

କି ସୁଖ ପାଉଛ ନୀଳାଦ୍ରି ନାୟକ ଏହା ଯଦି ତୁମେ ଇଚ୍ଛା

କିକରି ପାରିବ ଛାର ନର ପୂର୍ଣ୍ଣ ହେଉ ତୁମ ମନବାଞ୍ଛା ।।


ତୁମ ମନବାଞ୍ଛା ପୂର୍ଣ୍ଣ ପାଇଁ ଯଦି ଏପରି କପଟ ଖେଳା

ତେବେ ତୁମ ନାମ କାହିଁକି ମାନବ କରୁଥିବ ଜପା ମଳା

ତୁମ ଦରଶନ ସାତ ସପନ‌ ହେ ହୃଦୟ ଯାଉଛି ଫାଟି

କୋହଭରା ଦୁ଼ଃଖେ କହିଦେଲି ଆଜି ଖୋଲି ଏହି ପାପୀ ପାଟି ।।


ପଚାରିଲି ବୋଲି ରୋଷ ନକରିବ ଦୟା ନକରିବ ଉଣା

ସଂସାର ର ଦୁଃଖ ଦୂର ହେଉ ସର୍ବେ ଲଭନ୍ତୁ ତବ କରୁଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy