ନିୟମ
ନିୟମ
ଗୋଟିକ ପରେ ଗୋଟିକ
ଖୋଜେ ମୁଁ ସ୍ଥାନ ଅନେକ
କେହି ନ କେହି ଆସି ମାଡିଯାଏ
ଏ ତା ଥିଲା କହି ତାର
ନୁହେଁ ମୋହର ।
ସାରା ଦୁନିଆ କରେ ମଉଜ ଉପରେ ମଉଜ
ମୁଁ ଥରେ ହସିଦେଲେ ବି
ଉଠିଯାଏ ପ୍ରଶ୍ନ ଅନେକ ।
ସୁବାସିତ ପଦୁଅ ଫୁଟିଲେ
ଗୁଣ କୁସୁମର
ନ ହେଲେ ହୁଏ ଦୋଷ ପଙ୍କର
ହେ ସୃଷ୍ଟି କର୍ତ୍ତା ଏ କି ନିୟମ ତୁମର
ବେଳାଭୂମିରେ ଗଢେ଼ ସପନ ମହଲ
ମନ ମୋର
ଗୋଟେ ଜୁଆରେ ଭାଙ୍ଗି ପଡ଼େ ଯେଉଁ ଘର
ଲେଖି ଯାଏ ତୋ ନାମ ତା କୂଳେ
ଅନେକ ଵାର
ଥର ଟିଏ ବି ନଭାବି ନେଇଯାଏ
ସବୁକିଛି ଏ ସାଗର
କେତେ ହୀରା ନିଲା ତା କୋଳେ ଯେ ଉତ୍ପାଦିତ
ତଥାପି ମୋ ଦୁଃଖେ ତିଆରି ଦରବେ
କି ପାଇଁ ଯେ ଲୋଭ ତାର
ପଚାରେ ଯେବେ ମନ ମୋର
ଦୋଷାର୍ପଣ କରି ଚାଲିଯାଏ
ଏ କୂଳ ତ ଥିଲା ତାର ,ନୁହେଁ ମୋର
ହେ ଜଗତକର୍ତ୍ତା ଏ କି ନିିିିୟମ ତୁମର
ସ୍ନିଗ୍ଧା ନାୟକ
କୋଟା, ରାଜସ୍ଥାନ
