STORYMIRROR

Abhakanta None

Inspirational

2  

Abhakanta None

Inspirational

ନିଷିଦ୍ଧ ସୁଖ

ନିଷିଦ୍ଧ ସୁଖ

1 min
14.1K



ବୈଭବ ପାଇଁ ବେଶ୍ୟା ନୁହେଁ ସେ

ଜଳୁଛି ଜଠର ଜାଳ,

ପରମାୟୁ ତା'ର ପ୍ରୀତି ଯଂତ୍ରଣା

ପ୍ରତି ମୂହୁର୍ତ୍ତରେ ରୁଦ୍ଧ ବେଦନା

ନିର୍ବେଦ କି' ସେ ନିର୍ଜୀବ ପରି

ନିଃଶେଷ କରି ରକ୍ତକୁ ଝାଳ

ସଢୁଥିବ ସଦାକାଳ !!


କସରତ୍ ତା'ର କର୍ମ କଷଣ

କଷ୍ଟ କି' ତା'ର ଚିର ଲାଞ୍ଛନ

କପାଳେ କି' ଲେଖା ଭୋଗିବାକୁ କି' ସେ

ତୁମ ପୂଣ୍ୟ ପାପର ଫଳ !!!

ବୈଭବ ପାଇଁ ବେଶ୍ୟା ନୁହେଁ ସେ

ଜଳୁଛି ଜଠର ଜାଳ ।।

ସୀମନ୍ତେ ତାହାର ସିନ୍ଦୁର ଟିପା

ନାର୍ଯ୍ୟ ତାହାର ଦି'ପଟ ଶଙ୍ଖା

ଲୁଟିନେଲା ଯିଏ- ବିର୍ଯ୍ୟବାନ୍ କି' ସେ

ମାଟିରେ ମତ୍ଥିତ ତା ' ଅଧିକାର !!

ସଂକୁଚିତ ତାର ବିସ୍ଫାରିତ ନେତ୍ର

ତ୍ରସ୍ତା ହରିଣୀ ହୋଇଛି ଚକିତ

ନିଷ୍ପିଦ୍ଧ କି' ଏଇ ସଂସାର ସୁଖ

ନଷ୍ଟଗଳି କି' ଉଆସ ତା'ର !!!

ବୈଭବ ପାଇଁ ବେଶ୍ୟା ନୁହେଁ ସେ

ଜଳୁଛି ଜଠର ଜାଳ ।।


ଦେହ ସୁଖ ପାଇଁ ଦେହଜୀବି ନୁହେଁ

ପେଟ ଭୋକ ତାର କାଳ ,

ପ୍ରଣୟ କି' ତାର ଦୂର ଦିଗ୍ ବଳୟ

ଭାଗ୍ୟାକାଶେ କି' ନାହିଁ ସୂର୍ଯ୍ୟୋଦୟ

ତୁମ ଖିଆଲର ଖୁସି ଲଳନା କି'

ଖୋସାରେ ବାନ୍ଧି ମଲ୍ଲୀ ସ୍ତବକ !

ଖାନ୍ ଦାନୀ ତୁମ ଖେମଟା ତାଳରେ

ନର୍ତ୍ତକୀ ସାଜି ନର୍ତ୍ତନେ ମଜ୍ଜି

ନାଚୁଥିବ ଚିରକାଳ !!!

ବୈଭବ ପାଇଁ ବେଶ୍ୟା ନୁହେଁ ସେ

ଜଳୁଛି ଜଠର ଜାଳ ।।



ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational