STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
231

ସବୁରି ମନ ତ ନିଷିଦ୍ଧ ଇଲାକା 

ମନ କଥା କିଏ ପଢେ 

ମନତଳେ କେତେ ଭାବନା ଦୁର୍ଭାବନା 

ଶବ୍ଦ ଦେଇ କିଏ ଗଢେ ।

ମନ ତଳେ ଛପି ଥାଏ କେତେ ସ୍ମୃତି 

ଆଗକୁ କିଏ ସେ ବଢେ 

ମନ ତଳେ ଥିବା ଦୁଃଖକୁ ସାଉଁଟି 

କିଏ ଫଛକୁ ଫେରି ପଡେ ।

ମନ ତଳ ସେଇ ନିଷିଦ୍ଧ ଇଲାକା 

ଅଫେରା ଅତୀତ ବାଢେ 

ଗୁମୁରି ଗୁମୁରି ଦିବା ନିଶି ଝୁରି 

ପତ୍ରଝଡ଼ା ଦେଇ ସଢ଼େ ।

ନିଷିଦ୍ଧ ଇଲାକା ମନ ତାଜମହଲରେ 

ପ୍ରେମ ଫୁଲ ଫୁଟି ଝଡ଼େ 

ମନ ତୋହର ନିଜଗୁରୁ ଉଦ୍ଧାବ କେତେ ପଚାରୁ 

ଗୁରୁଙ୍କ ଅଭିବ୍ୟକ୍ତି ଝାଡି ନିଜକୁ ସଜାଡ଼େ ।

ତଥାପି ଦରଦୀ ବନ୍ଧୁ ବା ବାନ୍ଧବୀ ମିଳିଲେ 

ଜୀବନର ବାଟ ଆଗକୁ କାଢେ 

ମନକଥା ଖୋଲି କହିହୁଏ କେବଳ ଦରଦୀକି 

ତଥାପି ବିପଦ ପଡେ  ।

ନିଷିଦ୍ଧ ଇଲାକା ମନ ମନ୍ଦିରରେ 

ତେତ୍ରିଶଶହକୋଟି ଦେବାଦେବୀଙ୍କ ଆସନ ଝାଡେ 

ସେଇ ପରଂବ୍ରହ୍ମ ଅନାଦି ଅନନ୍ତଙ୍କ ପାଇଁ 

ଜଣାଣ ନିତି ମୁଁ ପଢେ ।।


Rate this content
Log in

Similar oriya poem from Abstract