STORYMIRROR

Surjyakanta Dash

Romance

2  

Surjyakanta Dash

Romance

ନିସର୍ତ୍ତ ପ୍ରେମ

ନିସର୍ତ୍ତ ପ୍ରେମ

1 min
152


ଜାଣିନି ମୁଁ ତୁମ ସହିତ

ମୋର ସମ୍ପର୍କ କଣ ?

ବୋଧେ ନଦୀ ସହିତ

ଯାହା ସାଗରର...

ଜାଣିନି ମୁଁ ଫୁଲ ଶଯ୍ୟାରେ

ଫୁଲ ସଜା ଯାଏ କାହିଁକି ?

ହେଲେ ମୁଁ ପ୍ରେମ କରେ

ତୁମକୁ, ନିସର୍ତ୍ତ ପ୍ରେମ

ମିଶେଇ ଦେବା ପାଇଁ ନିଜକୁ

ତୁମ ସହିତ ନଦୀ ପରି

ତୁମେ ସାଗର, ମୁଁ ନଦୀ

ତୁମେ ଭ୍ରମର, ମୁଁ ଫୁଲ

ତୁମର ସ୍ପର୍ଶ ଖୋଜୁଥାଏ ଅହରହ

କେଜାଣି କାହିଁକି ?

ଘନ ଅନ୍ଧାରର ବହଳ ଛାତିରେ

ପାହାନ୍ତି ସକାଳର

ଶୀତୁଆ ପବନରେ, ଆଉ

ମଧ୍ୟ ରାତ୍ରିର ଅନାବନା ସ୍ୱପ୍ନରେ ...

ସଦ୍ୟ ଯୌବନକୁ

ସାତ ତାଳ ପାଣିରେ ଥିବା

ଫରୁଆ ରୁ କାଢି ଏକା

ସମର୍ପି ଦେଲି ତୁମକୁ

ତୁମେ ତୁମ କାମନାର କଣ୍ଟାକୁ

ମୋ ଫୁଲ ପରି ଦେହରେ 

ଫୁଟାଇ ଚାଲିଥିବ ବାରମ୍ବାର

ନିର୍ଜନ ରାତ୍ରୀରେ

ମନ୍ଦ ମନ୍ଦ ବାସ୍ନାରେ

ଭାସି ଚାଲିଥିବା ଆମେ ଦୁହେଁ

ଗୋଟେ ଗୋଟେ ମୁହୂର୍ତ୍ତ କୁ ଡେଇଁ

ଭୁଲି ଯାଇ ପାପ ପୁଣ୍ୟ

ନିର୍ବିକାରେ କରି ଚାଲିଥିବା

ନିସର୍ତ୍ତ ପ୍ରେମ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance