Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Romance Tragedy

4.0  

Alhadini Panigrahi dash Panigrahi dash

Romance Tragedy

ନିସଙ୍ଗ ରାଧିକା

ନିସଙ୍ଗ ରାଧିକା

1 min
180


ମୋର ଅପହଂଚ ଦ୍ବାରିକାରେ

ତୁମେ କଣ 

ସୁଖ ନିଦ୍ରା ଯାଇ ପାର ଶ୍ୟାମ ?


ବୃନ୍ଦାବନ ଠାରୁ କିବା

ଆଜି ପ୍ରିୟ 

ରାଜ ସିଂହାସନ??


ବଂଶୀ ସ୍ବନ ସୁର ତୋଳି

ଗାଏ ନାଇଁ ରାଧିକା ...ରାଧିକା

କୁଞ୍ଜ ବନେ ଯାଏ ନାଇଁ କେହି

ଅର୍ଦ୍ଧ ରାତ୍ରେ ଲୁଚି ଲୁଚି

ସାଜି ତୁମରି ପ୍ରେମିକା ।


ତୁମେ କଣ 

ବୁଝ ନାଇଁ 

ଏକଥା ମୋହନ 

କୃଷ୍ଣ ବିନା

ରାଧା ହସେ ନାଇଁ

ହସେ ନାଇଁ କଦମ୍ବ ,ଯମୁନା ା


ସବୁ ଜାଣି ହେ କପଟୀ

ଚାଲି ଗଲ ଏକା ।


ସାଙ୍ଗେ ଥାଇ ଅଷ୍ଟ ପାଟ ବଂଶୀ

ପ୍ରିୟ ପତ୍ନୀ ଋକ୍ମିଣୀ ଓ ସତ୍ୟା 


ତଥାପି ହେ ସଖା...

ଅମାନିଆ ମନ ମୋର

ମୋତେ ପ୍ରଶ୍ନ କରେ

ଖୋଜୁଛ କି ତୁମେ ମୋତେ

ଦ୍ବାରିକା ର ରାଣୀ ଅନ୍ତ8ପୁରେ ।



Rate this content
Log in

Similar oriya poem from Romance