STORYMIRROR

Sunita Sahoo

Abstract

2  

Sunita Sahoo

Abstract

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

1 min
145

ନିଜ ଭିତରେ ନିଜକୁ ଖୋଜିବାକୁ ଯାଇ

କେଜାଣି କେତେଥର ଝୁଣ୍ଟି ପଡିଥିବି,

କେତେ ଥର ପାଇଥିବି 

ପୁଣି ହଜିଥିବି,

ପାଇବା ଆଉ ହରାଇବା ର ହିସାବରେ

କେତେ ଭୁଲ କରିଥିବି,

ନିରୁଦ୍ଦିଷ୍ଟ ମୁଁ ନିଜ ପାଖରୁ,

ଗୋଟେ ପଟରୁ

ଅଭିମାନ ର ବାଆ ବହୁଛି

ତ ଆର ପଟରୁ

ନିର୍ଲଜତା ବେଲଗାମ୍ ହସୁଛି,

ସେଇ ମଝିରେ କେଉଁଠି ମୋ ସତ୍ତା ଲୁଚିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract