ନିର୍ମାଣ ଶରୀର
ନିର୍ମାଣ ଶରୀର
ଜୀବନ ଜିବିତ ଅନୁଭୂତି ଭୂତ
ଭବିଷ୍ୟ ପଥ-ରେ ଅନୁଭବ ଚିତ୍ତ,
ଚକାଡୋଳା ତୁମେ ଆଖିର ସରସ,
ଦିବ୍ୟତା ର ତୁମ କିବା ସେ ରହସ୍ୟ!
ହୃଦୟ ଭେଦନ୍ତା ମନ-ନୟନ
ଦାରୁବ୍ରହ୍ମ ରୂପି ସତ୍ୟ ସ୍ବରୂପଣ,
ଗ୍ରହମାନେ ଯଦି ତୁମ ନିୟତ୍ରଣ-
ମର୍ତ୍ତ ଦେହୀ ଦେହ କଷଣା ଚିତ୍ରଣ!
ଜାଣନ୍ତି ସକଳେ ଜନ୍ମଦାତ, ତୁମେ ମୁକ୍ତିଦାତ,
ତୁମେ ଶକ୍ତି ପୁଣି, ତୁମେ ତ ସାମର୍ଥ,
ତଥାପି କାହିଁକି ଦାହଟିଏ -
ତୁମ କୋଇଲି ବୈକୁଣ୍ଠ?
ତୁମେ ସୁଖଦାତା, ନବ ଶିଶୁ ହସ
ତୁମେ କାଳ ଦଣ୍ଡ ଦୁଃଖ ବିରଷ,
ତୁମେ ତ ଆରମ୍ଭ- ତୁମେ ହିଁ ଶେଷ
କାହିଁକି ମଣିଷ ମନେ ପୁଣି ଭିନ୍ନ ବିଶେଷ?
ନିର୍ମାଣ ଶରୀର ବାଲୀର ମନ୍ଦିର
ଆତ୍ମା ତୃଣ ବୀଜ ମାଟି ଭିତର,
ଭିନ୍ନ ଋତୁ କାଳେ ପଲ୍ଲବୀତ ବୃକ୍ଷ
ଝରିଯାଏ କେବେ ଝଡା ପତର।
ତୁମେ ଯୁଗ ଅଙ୍କ- ଭଙ୍ଗ୍ନାଶ ତୁମେ ହି
ତୁମେ ଭାଗଫଳ ଭାଗଶେଷ,
ଞାନଟିରେ ଯେବେ ପ୍ରଭୂ ନାରାୟଣ
ହୃଦୟେ ବିରାଜୁ ସମର୍ପଣ ମନ।
