ନିରକ୍ଷର କୋଟିପତି ସ୍ବପ୍ନ
ନିରକ୍ଷର କୋଟିପତି ସ୍ବପ୍ନ
କୋଟି କୋଟି ଟଙ୍କା ରୋଜଗାର କରେ
ଦିନରାତି ସେ ଯେ ଖଟେ ସତରେ ।
କେତେ ନୂଆ ନୂଆ ପ୍ରକଳ୍ପ ଆଣି
ନିଜକୁ କରିଛି ସାର୍ଥକ ବିନ୍ଧାଣି ।
ସକାଳ ପ୍ରହରୁ ରାତି ଅଧ ଯାଏଁ
ଘଡି ସହ ଅନବରତ ଧାଏଁ ।
ଖାରା ହେଉ କି ଶୀତ ବରଷା ହେଉ
କାମ ଛଡ଼ା କିଛି ଜାଣେନି ଆଉ ।
ହାତରେ ପୁଳାଏ ଟଙ୍କା ଧରିଲେ
ମନକୁ ତାର ଯେ ଆନନ୍ଦ ମିଳେ ।
ରୋଜଗାର କରେ ସବୁଠୁ ବେଶୀ
ରାଇଜର ବଡ ଧନୀ ସେ ଖୁସି ।
ତଥାପି ସପନ ଦେଖଇ କିଛି
ତାର ବି କିଛି ଅଭାବ ରହିଛି ।
ତା ଆଖିରେ ବି ପାଣି ଆସିଯାଏ
ଯେତେବେଳେ ସେ ଏହା ଭାବିଥାଏ ।
ଅଣ୍ଟିରେ ସିନା ତା ଧନ ଭରିଛି
ହେଲେ ପାଠରେ ସେ ଶୁନ ହୋଇଛି ।
ଧନ ରୋଜଗାରେ ମନ ଦେଲାପରେ
ଲେଖା ପଢା ସତେ ପଛେ ଛାଡ଼ିଛି ।
ଆଜି ବୁଝୁଛି ସେ ପାଠର ଗୁରୁତ୍ଵ
ହେଲେ ସମୟ ତା ବଇରି ହେଲା ।
ବୟସ ବଢିଲା ଧନ ବି ଆସିଲା
ହେଲେ ପାଠ ଆଉ ପଢା ନୋହିଲା ।
ତେଣୁ ଦେଖୁଛି ସେ ଆଖି ଖୋଲା ସ୍ବପ୍ନ
ପିଲାଙ୍କୁ ନିଶ୍ଚୟ ଶିକ୍ଷିତ କରିବ ।
ନିଜ ଜୀବନର ଭୁଲ ଥିଲା ଯାହା
ପିଲାଙ୍କ ପାଖେ କେବେ କରିବନି ତାହା ।
ସ୍ଵପ୍ନ ଦେଖିଛି ସେ ଯାହା ଖର୍ଚ୍ଚ ହେଉ
ପିଲେ ତା ପଢ଼ିବେ ବହୁତ୍ ପାଠ ।
ଅନାଥ ପିଲାଙ୍କୁ ମୁଫତେ ପଢେଇ
ଜୀବନ କରିବ ସାର୍ଥକ ସେତ ।
କ୍ରମଶଃ
