ନିରୀହ କେରାଣ୍ଡି ମାଛ
ନିରୀହ କେରାଣ୍ଡି ମାଛ
ଧାଇଁ ଧାଇଁ ଗଲି ସକାଳୁ ଘରୁ ବସ ଷ୍ଟାଣ୍ଡକୁ ମୁହିଁ
ଟିଫିନି ପାଣି ବୋତଲ ବେଗ୍ କାନ୍ଧେ ଝୁଳେଇ l
ଭିଡ଼ ବସରେ ଧସେଇ ପଶି କାଟିଲି ଟିକଟ
ବରମୁଣ୍ଡାକୁ ବେଖାତିର କରି ଟାଣୁଆ ଖରାକୁ
ଚୁଇଁଗମଟିଏ ପାଟିରେ ପୁରେଇ ମୁହଁରେ ମୁଖା
ତୁଣ୍ଡିକୁ ଠେସେଇ l
ହୁଇସିଲି ମାରିଲେ କଣ୍ଡକ୍ଟର ବାବୁ ଛାଡିଲା ଗାଡ଼ି
ବାଦାମବାଡ଼ି l
ସମାଜିଆ ଦୂରତା ନ ମାନିଲେ ଅମାନିଆ ଯାତିରି
ଗୋଷ୍ଠୀ ଯାଇଛି ତ ଏବେ କରୋନା ଛାଡ଼ି l
ରହି ରହି ବାଟେ ଛୁଟିଲା ସରକାରୀ ଗାଡ଼ି
ବାଟୋଇମାନଙ୍କୁ ଓହ୍ଲେଇ ଓହ୍ଲେଇ l
ଓଲେଇ ଯାତିରି ଜାତିରିଆଣି ହେଲେ ଧସ୍ତା ଧସ୍ତି
କମ୍ପିଟିସନ କରି ଘରକୁ ଯିବାକୁ ଆଗେ ଆଗେଇ l
ବୁଲା ଷଣ୍ଢ ପରି ଜାତିଆ ଟୋକାଟା ଆସିଲା ପଶି
ସାଙ୍ଗରେ ହାତ ଧରି ଗୋଟାଏ କଲେଜ ଟୋକି l
ପାହାଳିଆ ଲୋକାଲ ଟୋକା ସେ ଯେ ଅତୁଣ୍ଡି
ପଶିଲା ବସରେ ଜବରଦସ୍ତି କହୁଣୀ ଟେକି l
କଣ୍ଡକ୍ଟର ବାବୁ ମାଗିଲାରୁ ଟିକଟ,ଚାହିଁଲା
ଟୋକାଟା ନାଲିଆ ଆଖି ତରାଟି
ଦେବିନି ଟିକଟ ତୁମକୁ, ଜାଣିନା ଆମେ ଦୁହେଁ
ପାଖ କଲେଜ ପିଲା ଇଏ ମୋ ଗାଲଫ୍ରେଣ୍ଡଟି!!!
ବିଗିଡ଼ି ଯାଇ ଟୋକା କଥାରେ କଣ୍ଡକ୍ଟର ବାପୁଡ଼ା
କହିଲେ ଦେଖାଅ ତମର ଆଇ କାର୍ଡ,
ନାହିଁ ଆମ ଆଇ କାର୍ଡ ଘରେ ଆସିଛୁ ଛାଡ଼ି
କୋଉଠୁ ଆଣିବୁ ଭାଇ ଅବିକା ବେକାର ମାଗୁଛ
ଆଗ ଦେଖାଅ ତମର ଅଜା କାର୍ଡ l
ଯୁକ୍ତି ଟୋକାଟାର ଥେଲା ବଢ଼ିଆ ଆଉ ମୁହଁ
ଥେଲା ଟାଣୁଆ ଆଉ ମୁଛ ଥେଲା ତଲୱାର,
ରାଗିଗଲେ କଣ୍ଡକ୍ଟର ବାବୁ କହି ଓହ୍ଲେଇ ଯାଅ
ବାବୁ ଏଠି ରଖୁଛି ମୁଁ ଗାଡ଼ି ନହେଲେ ପକେଟରୁ
ଦିଅ ଅଢ଼େଇ ଟଙ୍କା କାଢ଼ି ରୋଲ ଦେଖାନା ଆଉ
ଜମା ବାରମ୍ବାର l
ପାହାଳିଆ କଲେଜ ଟୋକି ଦେଲା ତାର ଟିକଟ
ପଇସା,ବଢ଼ିଆ କଲେଜ ଝିଅଟା ଟୋକାଠୁଁ ହୁଡ଼ି,
କିନ୍ତୁ ନଛୋଡ଼ବନ୍ଦା ପାହାଳିଆ ଟୋକା ଦେଲା
ବସେଇ କଣ୍ଡକ୍ଟର ଗାଲେ ଶକ୍ତ ଚାପୁଡ଼ା ଗୋଟାଏ
ତେଲିଆ ମୂଛେ ହାତ ମାରି l
ଗାଲ ମୁଣ୍ଡା ଆଉଁସି କଣ୍ଡକ୍ଟର ରହିଲା ହୋଇ
ତୁନି ବିଳି ବିଲେଇ,
ଚାହୁଁ ଚାହୁଁ ଆସିଗଲା ବରମୁଣ୍ଡା ଛକ ଟୋକା
ଟୋକି ଦୁହେଁ ଗଲେ ଓହ୍ଲେଇ l
>ମୁଁ ଏକ ନିରୀହ କେରାଣ୍ଡି ମାଛ ଭାବି ଭାବି
ହେଲି ଧକେଇ,
ଗାଡ଼ି ରୋକି ଗଲା ବସ ଷ୍ଟାଣ୍ଡେ ଦିନ ନଅଟାରେ
ଓହ୍ଲେଇ ଗଲି ମୁଁ କୁନ୍ଥେଇ କୁନ୍ଥେଇ l
ପାଣି ଟୋପେ ପିଇ ମୋ ବୋତଲୁ ବସିଲି ଯାଇଁ
ଅଟୋରେ ଗୋଟେ ହୋଇ ତରବର,
ପହଞ୍ଚିଗଲି ମୁଁ ଅଫିସେ ବସିଗଲି ହାଜିରା
ପକେଇ ମୋ ସିଟରେ ହୋଇ ଆଣ୍ଠିଏ ଝାଳନାଳ l
ଦମ ଟିକେ ନମାରୁଣୁ ବୋବାଳି ଛାଡ଼ିଲେ
ହାକିମ ଆମର,ବିଲ୍ ଫାଇଲି ସହଳ ଆଣ
ବାବୁ ଶାମ, ବାହାରକୁ ଯିବି ଅଛି ମୋ କାମ,
ଡ୍ରୟାର ଭିତରୁ କାଢ଼ି ଫାଇଲି ଧାଇଁ ଗଲି ମୁହିଁ
ହାକିମଙ୍କ କେବିନି କବାଟ ଖୋଲି ପକେଇ
ଦଣ୍ଡବତ ପକେଇ ଦେଲି ବଢ଼େଇ ଦେଲି ମୁଁ
ନଥି ପତର ନହେଲେ ହେଇଥାନ୍ତା ମୋ
ନିରୀହ କପାଳ ବାମ l
ସାଦା ସିଧା ମୁଁତ କେରାଣ୍ଡି ମାଛ ନିରୀହ
ଚାକିରିଆ ବଡ଼ ଅଫିସିର ପାଟିରେ ଚୋବାଏ
ଛୁଇଁଗମ,
ଯାଇ ବିଗିଡ଼ି ହାକିମ ବାପୁଡ଼ା ଦେଲେ ଆଦେଶ
ଭୁଲ ଲେଖିଛ ଆଣ ଯାଇଁ ଜଲଦି ନକରି ଡେରି
ଚୂନ କଲମ l
ଭାଟି ନାଲି ପାଣି ଗନ୍ଧେ ଗଲା ମୋ ନାକ
ଫାଟି ଛାତି ହେଲା କାଟି କାଟି ସହସା ଆସିଲି
ନେଇ ଚୂନ କଲମ ଡ୍ରୟାରୁ,
ରୁମାଲ ଦେଇ ନାକେ ଦେଇ ହାକିମଙ୍କ ହାତେ
ପଳେଇ ଆସିଲି ଝପଟି ମନେ ମନେ ହେଇ
ଗାରୁ ଗାରୁ l
ଭାବିଲି ବସି ମୋ ଆସନେ ଆଜିର ଦୁନିଆଁ
ନୀତିଗତି ପାଟିରେ ପକେଇ ଭଜା ବାଦାମ
ଗୋଟାଏ ଗୋଟାଏ,
ଧନ୍ୟ ଚକାଡୋଳା ଧନ୍ୟ ତୁମ ଲୀଳା ଦେଇଛ
ଯୋଗାଇ ଦାନାପାଣି ମୋ ପିଲାପିଲିଙ୍କ ପାଇଁ
ଖଞ୍ଜାଇ ମୁଠାଏ l
କି ଦେଖିଲା ଆଜ ନେତ୍ର ପ୍ରଭୁ ହେ ବିଚିତ୍ର
କର୍ମ ଶାଳେ ପୁଣି ସୋମରସ ପିଆ ହାକିମ,
ସରକାରୀ ମହଲେ ପାଉଛନ୍ତି ଆମ ବାବୁ ବଡ଼
ଖାତିରି କେମିତି ଏଣେ ତାଙ୍କ ମଦୁଆ ହାକିମ
ନାଁରେ ଅଫିସି କର୍ମଚାରୀ ମହଲେ ବାଜେ
ସବୁ ଦିନେ ବଡ଼ ଡିଣ୍ଡିମ l
ପୁଣି ଭାବିଲି ଚିନା ବାଦାମ ଚୋବେଇ ଚୋବେଇ
ସତରେ ଇଏତ ଘୋର କଳି କାଳ ମାଳିକା ବଚନ
ଫଳିଲା ସତ,
ଦେଲା କିଏ ଚାକିରୀ କଲା କିଏ ୟାଙ୍କୁ ବଡ଼
ଅଫିସର, ନଜାଣି ଯେ, ଏ ଜଣେ ମଦୁଆ ଭାଡ଼ୁଆ
ଅଗାଡ଼ି ବାଳୁଙ୍ଗା ଗୋବର ଖତ l