STORYMIRROR

Satyabati Swain

Romance

3  

Satyabati Swain

Romance

ନିର୍ଦ୍ଦିଷ୍ଟ ସମୟ

ନିର୍ଦ୍ଦିଷ୍ଟ ସମୟ

1 min
200

ମଣିଷ ମନର ଫୁଲବନକୁ

ପ୍ରଚୁର ମହକରେ

ବାସ୍ନାୟିତ କରେ

ନିର୍ଦ୍ଦିଷ୍ଟ ଏକ ସମୟ।


ଆକର୍ଷିତ

ବିମୋହିତ

ଚମକୃତ

ଆହ୍ଲାଦିତ କରେ

ତରଳ ବିଭୋର ପଣ

ଅନ୍ୟ ଏକ ବିପରୀତ ମନ ପାଇଁ।


କଳ୍ପନା ରାଇଜେ ଉଡେ

ବାସ୍ତବତାକୁ 

ଅଲଗା ଢଙ୍ଗରେ ଗଢ଼େ

ବିପୁଳ

ଅନ୍ତରଙ୍ଗତାରେ

ସବୁଜ ସ୍ୱପ୍ନ ସୁଷମାରେ

ମନ୍ତ୍ର ମୁଗ୍ଧ ହୁଏ।


ଆତ୍ମୀୟତା

ଗଜୁରୀ ଉଠି

ପତ୍ର ,ଫୁଲ, ଫଳ, ଛାଇ

ମେଲିଯିବାକୁ

ଚଞ୍ଚଳ ହୁଏ

ସବୁ ସୁନ୍ଦର

ଆନନ୍ଦମୟ ହୋଇଉଠେ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance