STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ନିର୍ବିକାର

ନିର୍ବିକାର

1 min
129


ନିର୍ବିକାର ମୋତେ କରି ଦିଅ ପ୍ରଭୁ

କୃପା କରି ମୋହ ଠାରେ

ତୁମ ବିନା ଆଉ କିଛି ଲୋଡ଼ା ନାହିଁ

ଭାବ ପାରାବାରେ

ଦୂର କରିଦିଅ ମନ ରୁ କାମନା

ତୁମରି ଚରଣେ କରେ ମୁଁ ପ୍ରାର୍ଥନା

କାମନା ବାସନା ମନରେ ରହିଲେ

ଧାର୍ମିକ ଭାବନା ଆସେ ନାହିଁ ତିଳେ

କାମନା ରେ ଅନ୍ଧ ହେବି ନାହିଁ ପ୍ରଭୁ

ରହି ଥାଅ ମୋ ଅନ୍ତରେ

ନରକର ଦ୍ୱାର କାମ ,କ୍ରୋଧ ଦୁଇ

କହିଥିଲ ତୁମେ ଗୀତାରେ ବୁଝାଇ

କ୍ରୋଧ କଲିଜାକୁ ଜାଳି ଖାଇ ଦିଏ

କ୍ରୋଧର ଅଗ୍ନି ମନେ ଜଳୁ ଥାଏ

କ୍ରୋଧ ଅନଳ କୁ ଲିଭାଅ ହେ ପ୍ରଭୁ

ତୁମ ପ୍ରେମ ବାରିଧିରେ

ପ୍ରତି ପାଦେ ପାଦେ ବିପଦ ଆସୁଛି

ସାହା ଭରସା ମୋ କେହି ନ ହୋଇଛି

ଚିନ୍ତାର ଚିତାରେ ମଣିଷ ଜଳୁଛି

ବଞ୍ଚି ଥାଉ ଥାଉ କଷ୍ଟ ସେ ପାଉଛି

ଚିନ୍ତା ଦୁନିଆରୁ ପାରି କର ପ୍ରଭୁ

ରଖି ତୁମ ଶରଣରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational