ନିର୍ବିକାର
ନିର୍ବିକାର


ନିର୍ବିକାର ମୋତେ କରି ଦିଅ ପ୍ରଭୁ
କୃପା କରି ମୋହ ଠାରେ
ତୁମ ବିନା ଆଉ କିଛି ଲୋଡ଼ା ନାହିଁ
ଭାବ ପାରାବାରେ
ଦୂର କରିଦିଅ ମନ ରୁ କାମନା
ତୁମରି ଚରଣେ କରେ ମୁଁ ପ୍ରାର୍ଥନା
କାମନା ବାସନା ମନରେ ରହିଲେ
ଧାର୍ମିକ ଭାବନା ଆସେ ନାହିଁ ତିଳେ
କାମନା ରେ ଅନ୍ଧ ହେବି ନାହିଁ ପ୍ରଭୁ
ରହି ଥାଅ ମୋ ଅନ୍ତରେ
ନରକର ଦ୍ୱାର କାମ ,କ୍ରୋଧ ଦୁଇ
କହିଥିଲ ତୁମେ ଗୀତାରେ ବୁଝାଇ
କ୍ରୋଧ କଲିଜାକୁ ଜାଳି ଖାଇ ଦିଏ
କ୍ରୋଧର ଅଗ୍ନି ମନେ ଜଳୁ ଥାଏ
କ୍ରୋଧ ଅନଳ କୁ ଲିଭାଅ ହେ ପ୍ରଭୁ
ତୁମ ପ୍ରେମ ବାରିଧିରେ
ପ୍ରତି ପାଦେ ପାଦେ ବିପଦ ଆସୁଛି
ସାହା ଭରସା ମୋ କେହି ନ ହୋଇଛି
ଚିନ୍ତାର ଚିତାରେ ମଣିଷ ଜଳୁଛି
ବଞ୍ଚି ଥାଉ ଥାଉ କଷ୍ଟ ସେ ପାଉଛି
ଚିନ୍ତା ଦୁନିଆରୁ ପାରି କର ପ୍ରଭୁ
ରଖି ତୁମ ଶରଣରେ ।