ନିର୍ବାଣ ପାଲିଙ୍କି
ନିର୍ବାଣ ପାଲିଙ୍କି
କେହି ରହିନାହିଁ ଏ ମାୟା ସଂସାରେ
ଅଜର ଅମର ହୋଇ
ଜୁଇରେ ଶୋଇବେ ସର୍ବେ ଭସ୍ମ ହେବେ
ଛ' ଖଣ୍ଡ କାଠେ କୋକେଇ ।
ଦୁଃଖ ତ ଏତିକି ଶୋକ ତ ଏତିକି
ଚାରିପୁତ୍ର ଥାଉ ଥାଉ
କେଉଁ ଦର୍ପେ ମା'ଙ୍କୁ ନେଲ ଜମାଳୟ,
ଝିଅ- ଜ୍ଵାଇଁ ଚାହୁଁ ଚାହୁଁ ।
ଅଶୋକ ଅଜିତ ଅମୀୟ ଅଞ୍ଜନ
ଅଳକା ଅନୀତା ସୂତା
ନାତିନାତୁଣୀଙ୍କ ନୟନ ପିତୁଳା
ଜ୍ଵାଇଁଦ୍ଵୟ ସ୍ତମ୍ଭିଭୁତା ।
ନାରାୟଣ ଟ୍ରଷ୍ଟ ଶିକ୍ଷାୟତନ ସଂସ୍ଥା
ସ୍ମୃତିସୌଧ ଅବିରତେ
ଜଡ଼ ପାଷାଣବି କରୁଣାରେ ମୌନ
ଶାନ୍ତ୍ର ସ୍ଥବିର ଏକାନ୍ତେ ।
କେ ରୋକିବ ଧାର ରକତ ରୁଧିର
ଶୂନ୍ୟ ନୟନ କୋଣେ
ବାହୁନି କାନ୍ଦୁଛି ଗ୍ରାମ ଶାଳିକୋଠା
ବିଦ୍ୟାନିକେତନ ପଣେ ।
ବିଶ୍ୱାସ କରୁନି ଚର୍ମଚକ୍ଷୁ ବେନି
ଲୋତକରେ ଆକ୍ତାମାତା
ରକ୍ତମାଂସଧାରୀ ଦେବୀ ଦିଗମୂରୀ
ଲେଲିହାନ ଜୁଇ ଭକ୍ଷିତା ।
ତୁମ୍ଭେ ଦୟାଶିଳା ତୁମ୍ଭେ ଶ୍ରଦ୍ଧାଶିଳା
ଦୁଃଖୀ ରଙ୍କି ଅସହାୟେ
ଧର୍ମପରାୟଣା ସମାଜସେବୀ ପ୍ରବୀଣା
ବ୍ରାହ୍ମଣ ଶ୍ରମଣ ସହାୟେ ।
ସ୍କୃତି ଝରକାରେ ତୁମ ଚାରୁହସ
ଯେବେ ଉଙ୍କି ବସେ ଦିଶେ
ଖଣ୍ଡ ବିଖଣ୍ଡିତ ହୃଦୟ କାଳନ
କରୁଣ ଶୋକେ ବିରସେ ।
ସାକ୍ଷାତ ଈଶ୍ଵରୀ ମାତେ ଦିଗମ୍ବରୀ
ମହାନ୍ତି ବଂଶର ଶୋଭା
ପ୍ରାଣପକ୍ଷୀ ସିନା ଉତିଗଲା କାହିଁ
କିର୍ତ୍ତୀ କେତନ ଆଭା ।
ପଦଚିହ୍ନ ହେଉ ଅକ୍ଷୟ ଅମର
ଜନ ମାନସରେ ସର୍ବେ
ନିର୍ବାଣ ପାଲିଙ୍କି ଚଢି ସ୍ୱର୍ଗପୁରେ
ବୈକୁଣ୍ଠ କାନନ ମାର୍ଗେ ।
