STORYMIRROR

Santanu Bisoi

Inspirational Others

3  

Santanu Bisoi

Inspirational Others

ନିରବ ଝଡ଼।

ନିରବ ଝଡ଼।

1 min
216

ଚାଳ ଓଳିତଳ ଘର ଚଟିଆ ମୁଁ

ଭାଙ୍ଗି ଦିଅ ନି ମୋ' ଆଶାର ନୀଡ଼,

କିଚିରି ମିଚିରି ରବେ ଘୁରିବୁଲେ

ସାହି ପଡା, ଗାଆଁ ମନ୍ଦିର ବେଢ।।


ଖେଳିବା ପଢିବା ବୟସ ଇଏ ମୋ

ସାଙ୍ଗ ସାଥି ମେଳି ଗାଆଁ ଚାହାଳି

ଛଡେଇ ନିଅନି ମୋ'ହାତୁ ମୋ'ଭାଗ୍ୟ

ଅନ୍ଧବିଶ୍ୱାସରେ ଚଢାଇ ବଳି।।


ମୁଁ, ଅନ୍ଧଗଳି, ଅନ୍ଧକୁପର ପରୀ

ଅନ୍ଧାର ଦେଖି ଯାଉଛି ଆଜି ଡରି

ବାନ୍ଧନା ବାନ୍ଧନା ଗୋଡ଼ରେ ମୋ ବେଡି

ଚାଲିବାକୁ ଅଛି ଜ୍ଞାନର ମଶାଲ ଧରି।।


ଛନ୍ଦି ଦିଅନି ହେ ସଂସାର ବନ୍ଧନେ

ଚାଲିବାକୁ ଅଛି ଅନେକ ବାଟ

ପଢିବି, ବଢିବି ଲଢ଼ିବି ସଂଗ୍ରାମ

ତେବେ ମୁଁ କରିବି ଜୀବନ ହାଟ।।


ହୃଦୟର କଥା ହୃଦୟର ବ୍ୟଥା

ଶୁନ୍ୟତାର ଗାଥା ବୁଝ ହେ ଥରେ

ଥରେ ତ ପଚାର ମୋ ମନର କଥା

ପଡ ନାହିଁ କାନକୁହା କଥାରେ।।


ମୁକ୍ତ ବିହଙ୍ଗ ମୁଁ ଶକ୍ତ ଶିକୁଳିରେ

ହସ୍ତ ପଦ ମୋର ଦିଅନି ବାନ୍ଧି

କଂକ୍ରିଟ ଜଙ୍ଗଲେ ଅଣନିଶ୍ୱାସି

ଦୁର୍ଜନଙ୍କ ସାଥେ କରୁଛି ସନ୍ଧି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational