STORYMIRROR

ABADHOOT PANDA

Romance Tragedy

4  

ABADHOOT PANDA

Romance Tragedy

ନିରାସକ୍ତ ପ୍ରଣୟ

ନିରାସକ୍ତ ପ୍ରଣୟ

2 mins
369

ପ୍ରେମର ସୌଧ ଗଢ଼ି ଚାଲେ ମୁହିଁ

ପୁଣ୍ୟ ମହୋଦଧି ତୀରେ,

ନୁହେଁ ଇଟା ପଥରର ନୁହେଁ ଚୂନର

ବି ନୁହଁ ବରଂ ଭାବପୂର୍ଣ୍ଣ ବାଲୁକାରେ l


ଯଉବନର ବିଫଳ ପ୍ରେମିକ ମୁହିଁ

ବିଫଳ ନିଷ୍ପ୍ରଭ ମନୋରଥେ,

କିନ୍ତୁ ସଫଳ ମୋ କଳ୍ପନା ବଳୟ

ବାନ୍ଧି ଦିଏ ମୋତେ ପ୍ରଖର ସବୁଜ

ସ୍ରୋତେ l


ଯୌବନର ନିଷ୍ଫଳ ପ୍ରେମ କାହାଣୀ

ଆଜି ଆଙ୍କି ଚାଲେ ମୁହିଁ ବାଲୁକାର

କୋମଳ ତନୁରେ,

ଠାଏ ଠାଏ ବାଲି ମନ୍ଦା ବକ୍ଷରେ

ରୂପ ଦେଇ ପାରିଛି ମୁଁ ଆଜି

କାଠ ମୁରୁଗ ନିହଣେ ଆଉ ମୋ

ତୁଳୀରେ l


ତନୁ ପାତେଳି ପ୍ରେମିକାର ରୂପ

ଆକର୍ଷଣେ ଥିଲି ମୁଁ ମୁଗ୍ଧ କରିଥିଲି

ଦିନେ ସୁସ୍ଥ ପ୍ରଣୟ ନିବେଦନ,

ଆତ୍ମାର ମିଳନ ଅଭିପ୍ସା ଥିଲା ତାର

ସାଥେ ମାତ୍ର ନକରି କଳଙ୍କିତ ମୋ

ତନୁ ମନ l


ବାଲୁକା ବିଗ୍ରହେ ଫୁଟାଇ ଥିଲି ମୁଁ

ସାନ୍ଦ୍ର କବରୀଯୁକ୍ତ ସୁନ୍ଦର ମସ୍ତକ,

କାନରେ ଥିଲି ପିନ୍ଧାଇ ବାଲୁକା

ଝୁମୁକା ନାକରେ ବସୁଣୀ ଆଉ

କପାଳେ ଅକ୍ଷତ ଟୋପା ଏକ l


ବସାଇ ଦେଇଥିଲି ବାଲୁକା ମୂର୍ତ୍ତି

ବେଳା ଭୂମେ ଗଢ଼ି ଭାବର ଫୁଆରେ

ତା ଆଖି ଦୁଇଟିକୁ ସଜାଇ କଜଳେ,

ବେକରେ ଥିଲି ପିନ୍ଧାଇ ବାଲୁକାର

ହାର ମଣିବନ୍ଧେ ଭୂଷିତ କରିଥିଲି କଙ୍କଣ

ମାଳେ l


ବକ୍ଷଜ ଦୁଇଟିକୁ କରିଥିଲି ପ୍ରତିଷ୍ଠା 

ରଙ୍ଗୀନ ବାଲୁକାର କ୍ଷୁଦ୍ର ଗୋଲକେ,

ଆବୃତ କରିଥିଲି ଗୋଲକ ଦ୍ବୟକୁ

କାଷ୍ଠ ମୁଗୁରେ ପତଳା ବାଲୁକା ମାଖେ l


ହାତ ଦୁଇଟିକୁ ସ୍ଥାପିଲି ଦୁଇ ଜାନୁ

ଉପରେ ସଦରପେ ଦୃଶ୍ୟମାନ,

ବାଲୁକା ଶାଢ଼ୀ ଘେରା କବନ୍ଧ ସେତ

ଶୋଭନୀୟ ଅତି ପ୍ରତୀୟମାନ l


ଏଇ ସାଗର କୂଳେ ଆସିଥିଲୁ ଦିନେ

କଲେଜରୁ ଅପରାହ୍ନ-ଭ୍ରମଣ

ଉପଲକ୍ଷେ,

ସାଗର ସ୍ନାନାର୍ଥେ ବଳାଇଥିଲା ମନ

ମୋର ତନୁ ପାତେଳୀ ପ୍ରେୟସୀ

ଆଉ ଧସେଇ ପଶିଥିଲା ଢେଉଆ

ପାଣିରେ ସୁଖ ଚାପିରଖି ବକ୍ଷେ l


ବଇରୀ ଉଜାଣି ତରଙ୍ଗ ସ୍ରୋତ ଟାଣି

ନେଇଗଲା ପ୍ରିୟାକୁ ମୋର ଗଭୀର

ସାଗର ଉଦରକୁ,

ହାତ ଟେକି ଟେକି ଦୁରେଇ ଗଲା

ମୋ ପ୍ରାଣର ଟୁକୁରା ଆଖିରେ ମୋ

ଅଶ୍ରୁ ଢାଳି ସମନ ପୁରୀକୁ l


ସନ୍ଧ୍ୟା ଆଗମନେ କୁମାର ପୁନେଇ

ଜହ୍ନ ଦିଗବଳୟ ସେ ପାଖୁ ମନ୍ଦ

ଗତିରେ କରୁଥିଲା ଆରୋହଣ

ଦୂର ଗଗନକୁ ହସି ହସି,

ଭିଜାଇ ମୋ ମନପ୍ରାଣ ବିକଳ

ଆତୁରେ ଖେଳାଇ ବିଷାଦର ଛାୟା

ରଙ୍ଗୀନ ସପନକୁ ମୋ ବିନାଶି l


ଲୋତକ ଭରା ଚକ୍ଷୁମୋ ଦୁଇଟି

ଅନେଇ ରହିଥିଲା ଥାଳିଆ ଚାନ୍ଦକୁ

ଧିକ୍କାର କରୁଥିଲି ମୁଁ ନିଜକୁ ଦେଖି

ତାର ଠାଣି ନିର୍ମଳ ଆକାଶେ,

କାହିଁକି ନକହିଲୁ ମୋତେ ହେ ଚାନ୍ଦ!

ସାଜି ଭବିଷ୍ୟତ ବକ୍ତା ଚତୁର୍ଦଶୀରେ

ମୋ ପ୍ରିୟାକୁ ନ ଭସାଇ ନିରାଶେ l


ରଖିଦେଲି ମୁହିଁ ମୋ ଶିଳ୍ପୀ ଯନ୍ତ୍ର ପାତି

ଚାହିଁ ରହିଥିଲି ପୁନେଇ ଚାନ୍ଦକୁ ଭଗ୍ନ

ମନୋରଥେ ଭାବନା ସାଗରେ ଡୁବାଇ

ନିଜକୁ,

କାହିଁକିନା,ସେଇ ତିଥିରେ ଆଜି ବସିଛି

ମୁଁ ଏକା ସାଗର ବେଳାରେ ସାଜି ଏକ

ବିଫଳ ପ୍ରେମିକ ବରଷକ ପରେ

ନିର୍ମାଣି କବନ୍ଧ ବିଗ୍ରହ ଅଜାଡ଼ି ମୋର

ଅତୀତର ସ୍ମୃତି ରାଜିକୁ l


ଆଜି ମୁଁ ପ୍ରଉଢ଼ ନାହିଁ ଆଉ ଉଦ୍ଦୀପନା

ମନେ ଲଭିବାକୁ ମୋ ବିଗତ ପ୍ରେମିକାର

ଉଷ୍ମ ଓଷ୍ଠର ଗୋଲାପୀ ଚୁମ୍ବନ,

ତଥାପି ଆତ୍ମା ସିଂହାସନେ ବସାଇ

ରଖିଛି ତାକୁ ଅଦ୍ୟାବଧି ନକରି ନିଜକୁ

ହୀନମନା ଆଉ ପ୍ରସ୍ତୁତ କରୁଛି ନିଜକୁ

ଛୁଇଁ ଵାକୁ ଦେହାନ୍ତେ ବୈକୁଣ୍ଠ ଭୁବନ l

        


Rate this content
Log in

Similar oriya poem from Romance