ନିରାଶାରେ ତୁଆଶାର ଜ୍ୟୋତିପ୍ରଣତି
ନିରାଶାରେ ତୁଆଶାର ଜ୍ୟୋତିପ୍ରଣତି
ଭବ ଜଳଧିରେ ଭାସୁଛିଲୋ ମାଆ
ଟଳ, ମଳ ଏଇ ନାଆ,
ଜନ୍ମଦେଇ ମୋତେ ସ୍ଥାନର ମହିମା
କିପରି ଭୁଲିବି ମାଆ ।
ପଥ ପାଉନାହିଁ ତୋର ସନ୍ତାନଲୋ
ନିର୍ମାୟା ଜୀବନ ପାଇ,
ଭରସା, ବିଶ୍ୱାସ ପଥଧାରେ ମା'ଲୋ
ବୁଦ୍ଧି ବଣା କରୁଥାଇ ।
ତୁହି ଶକ୍ତିମୟୀ ମହାଶକ୍ତିଦାୟୀ
ନାରାୟଣୀ, ରୁଦ୍ରାୟଣୀ,
ଚାହଁ ଆଖିଖୋଲି ପାହିଲାଣି ରାତ୍ରି
କ୍ଷିତିରେ ରହୁ ମା'କୀର୍ତ୍ତି ।
ତୋରକ୍ଷେତ୍ରପରେସେକ୍ଷେତ୍ରଶୀଳାରେ
ଉଡେ ତୋର ବାନା ଆଜି,
ସତ୍ୟରୁ,ତ୍ରେତୟା ଦ୍ୱାପର ସେ ଲୀଳା
ଅନନ୍ତର କଥାରାଜି ।
ପ୍ରଥମ କିରଣ ସୂର୍ଯ୍ୟଦେବଙ୍କର
ପଡେ କୋଣାର୍କର ଅରି,
ତା'ପରେ ପୁରୀରେ ଶ୍ରୀପାଦେ ମା' ତୋର
ଜ୍ୟୋତି ସୂର୍ଯ୍ୟରାଜ ଭରି ।
ବ୍ରହ୍ମାଙ୍କ ଦ୍ୱାରା ମା'ଅବଧୂତ ବାନା
ସତ୍ୟରେ ନୀଳକନ୍ଦରେ,
କପିକେତନ ଓ ପତିତପାବନା
ତ୍ରେତୟା କୁ ସୁମରିଲେ ।
ଏବେ ନୀଳଚକ୍ର ଉଡ଼ୁଛି ସଧିରେ
ଅନନ୍ତଯୁଗକୁ ଚାହିଁ,
କଳକୀ ବାନା ତୋର କାକଟପୁରେ
ମଙ୍ଗଳା ମଣ୍ଡଳେ ରହି ।
ବିଶ୍ରାମଶୀଳାରେ ଜଗମୋହନରେ
କରୁମା' ଜଗା ଦର୍ଶନ,
ବେଲ, ତୁଳସୀକୁ ପ୍ରିୟ ଆପଣାରେ
ତୋ'ବଡ଼ ସିଂହାରେ ମନ ।
ଦ୍ଵାଦଶ ନାମରେ ଦ୍ଵାଦଶ ରୂପରେ
ରହିଛୁ ଲୋ ମାଆ ମୋର,
କାକଟେଇ ମାଆ ପ୍ରଥମ ଦର୍ଶନେ
ତୋ'ଦର୍ଶନ ପୂର୍ଣ୍ଣତାର ।
ପ୍ରାଚୀନଦୀ ତୀରେ ମହାବେଦୀ ପରେ
ଭକ୍ତ ଦୁଃଖ ହରିନେଉ,
ସୁମରଣା କଲେ ଥରେ ଡାକିଦେଲେ
ଅନୁଭବେ ଉଭା ହେଉ ।
କେଉଁ ପ୍ରାରବ୍ଧ ମୋ'ହୋଇଛି ଅଧିକ
ଲୁଚି ଯାଇଛୁ ମୋ'ପାଇଁ,
ମୋ'ଲୁହେ ତୋ'ପ୍ରାଚୀ ପୂର୍ଣ୍ଣ କି, ହୋଇବ
ଅପେକ୍ଷା କରିଛୁ ରହି ।
ତୋ'ଇଚ୍ଛାରେ ଏଇ ଜୀବନଲୋ ମୋର
ବାନ୍ଧିଛୁ ଆଣିଲୋ ମୋତେ,
ସାକ୍ଷୀ ଏ ହୃଦୟ ଭାବୁଛିଲୋ ତୋର
ମାଆ କି, ନିର୍ମମ ସତେ ।
ଯା'ହାତେ ଦେଇଛୁ ଇଷ୍ଟ ଦେବୀ ମୋର
ହୋଇଛି ପଥର ମା'ଲୋ,
ବିଶ୍ରାମଶୀଳାକୁ କରୁଛି ସ୍ମରଣ
ସନ୍ତାନ ତୋର ମୁହିଁଲୋ ।
ଜାଣେନାହିଁ ସ୍ତୁତି,ଯୋଗ,ଧ୍ୟାନ ମୁହିଁ
ମନ୍ତ୍ରନ୍ୟାସ ପୂଜାଵିଧି,
ଶରଣ ମାଗଇ ଶ୍ରୀପଦ ଚିନ୍ତଇ
ଗତିନାହିଁ ଭଗବତୀ।
ତୀର୍ଥ,ବ୍ରତ, ପୁଣ୍ୟ,ପାପ ମୁଁ'ଜାଣେନି
ସନ୍ତାପ ମୋ'କର୍ମରୀତି,
ନାହିଁ କେହି ସାହା,ରାହା ମଙ୍ଗଳାୟୀ
ଗତିନାହିଁ ଭଗବତୀ ।
ଏ ଭବଜଳଧି କର୍ମ ଫୁଟାନାଵ
ଦୁଃଖ ମୋ'ପ୍ରଳୟ ଜଳ,
ଲୋଭ,କାମମୋର କୁସଂସ୍କାର ଭାବ
ତୁମେ ଏକା ମୋ'ସମ୍ବଳ ।
ଅନାଥ ନ'କରି ଝିଅକୁ ତୋହରି
ପଦେ ସ୍ଥାନଟିକେ ଦେବୁ,
ମୋ'ହୃଦ ଚେତନା ଆଶିଷର ତରୀ
ତୋର ନାମେ ବାହିନେବୁ ।
ସାହା ହୋଇଛୁ ମା'ବିପଦ ବେଳାରେ
କେମିତି ଭୁଲିବି ମାଆ,
ମୋ ପ୍ରାଣସ୍ପନ୍ଦନେ ବିଶ୍ୱାସ କାଳିରେ
ତୋ'ନାମଟି ଲେଖା ଯାହା ।