ନିଖୋଜ ଗଣତନ୍ତ୍ର
ନିଖୋଜ ଗଣତନ୍ତ୍ର
ରାମରାଜ୍ୟର ରାଜରାସ୍ତାରେ
ମନୀଷା ବାଲ୍ମିକୀ ଗଣଧର୍ଷିତା ହେବା ବେଳେ
। କେଉଁଠି ଥିଲା ଗଣତନ୍ତ୍ର ?
ଭୋକ ବିକଳରେ କଳାହାଣ୍ଡିରେ ସଂତାନ ବିକ୍ରି ବେଳେ
ଧାନ ବିକି ନ ପାରି ମଣ୍ଡିରେ ଜୀବନ ଗଲାବେଳେ
ନିଜ ସ୍ତ୍ରୀର ଶବକୁ କାଂଧେଇ ଦାନ ମାଝି ଗଲୁଥିଲା ବେଳେ
କ’ଣ ବା କରୁଥିଲା ଗଣତନ୍ତ୍ର ?
କରୋନା ମହାମାରୀ ବେଳେ ଲଡାଉରେ
ଶତ ସହସ୍ର ଘରେ ଚୂଲୀ ଅଜଳା ଥିବା ବେଳେ
କ୍ଷୁଧାର ସହରରେ ଦାରିଦ୍ର୍ୟ ବେକାରୀର ବାଜିମାତ୍ ବେଳେ
କେଉଁଠି ଥିଲା ଗଣତନ୍ତ୍ର ?
ପରିରଳନାଗତ ତୃଟୀରୁ କରୋନାରେ
କୁଢ଼ କୁଢ଼ ମୁଣ୍ଡ ଗଲାବେଳେ
ଅସଂଖ୍ୟ କୋଭିଡ୍ ଯୋଦ୍ଧାଙ୍କ ପରଲୋକ ଗମନରେ କ’ଣ କରୁଥିଲା ଗଣତନ୍ତ୍ର ?
ସୀମାରେ ଶତ୍ରର ଅନୁପ୍ରବେଶ ବେଳେ
ଅବା ଦେଶରେ ଆକୀ ରକ୍ତର ହୋଲି ଖେଳିବାବେଳେ
ସ୍ପଷ୍ଟ ଦିବାଲୋକରେ ଲୁଟ ତରାଜ, ଧର୍ଷଣ, ହତ୍ୟା ହେଉଥିବା ବେଳେ
କେଉଁଠି ଥିଲା ଗଣତନ୍ତ୍ର ?
ଗଣତନ୍ତ୍ର ଏବେ ଆତ୍ମଗୋପନ କରିଛି ବୁଢ଼ାରଜାର ଗର୍ଭଗହରରେ ।
