STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ନିଜକୁ ସଶକ୍ତ ମଣେ

ନିଜକୁ ସଶକ୍ତ ମଣେ

1 min
102

ମନଲାଖି ଏକ ମନ ପାଇଛି ମୁଁ

ଖୋଜୁଥିଲି ଯେଉଁଭଳି ,

ଶାଶୁ,ଶ୍ବଶୁର ମୋ ବାପା-ମାଆ ଆଉ

ଦିଅର ଭାଇଠୁ ବଳି


ଜେଜୀଶାଶୁ ମୋର କାହାଣୀ ପେଡ଼ିଟି

ଢଗ ଢମାଳିର ଖଣି ,

ସେ ଯୁଗର କେତେ ବାରତା କହନ୍ତି

ମନ ମଜ୍ଜିଯାଏ ଶୁଣି


ହାତ ଧରି ଯା'ର ଘରକୁ ଆସିଛି

ଭାରି ସାଧାସିଧା ଲୋକ ,

ସବୁରି ମନକୁ ବୁଝି ଚଳନ୍ତି ସେ

ଦିଅନ୍ତିନି କା'ରେ ଦୁଃଖ


ତାଙ୍କରି ପ୍ରେରଣା ସାହାଯ୍ୟ ଯୋଗୁଁ ମୁଁ

ସବୁ କାର୍ଯ୍ୟ ପାରେ କରି ,

ଘର କାମ ସହ ସମାଜର ସେବା

ପ୍ରସନ୍ନତା ଦିଏ ଭରି


କର୍ମଜୀବୀ ଏକ ମହିଳା ବୋଲି ମୁଁ

ନିଜକୁ ସଶକ୍ତ ମଣେ ,

ଏଇ ଦୁନିଆରେ ସ୍ୱାଭିମାନ ସହ 

ବଞ୍ଚିବା କଳାଟି ଜାଣେ


ମୋ କୁନି ଝିଅକୁ ଗଢ଼ି ତୋଳୁଛି ବି

ଏବେ ତେଜସ୍ୱିନୀ କରି ,

ଚାହିଁଲେ ବି ତୁମେ ସର୍ଵ କାର୍ଯ୍ୟେ ଜୟୀ

ହୋଇ ପାରିବ ଗୋ ନାରୀ

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ


Rate this content
Log in

Similar oriya poem from Abstract