STORYMIRROR

Ghanashyam Biswal

Inspirational Others

3  

Ghanashyam Biswal

Inspirational Others

ନିଜ ସହ

ନିଜ ସହ

1 min
389

ନିଜ ସହ କେବେ ଜୀବନେ

ତୁମେ ହୋଇଛ କଥା?

କେବେ କି ପଚାରି ବୁଝିଛ

ତୁମ ମନର ବ୍ୟଥା?


କେତେ ଉପଦେଶ ଦେଉଛ

ଶୁଣାଉଛ କାହାଣୀ

ଶୁଣିଛ କେବେ କି ଜୀବନେ

ନିଜ ମନର ବାଣୀ?


ପର ନିନ୍ଦା କରି ଜାଣିଛ

କରି କପଟ କଥା

ନିଜ କଥା ଚିନ୍ତା କରିଲେ

ସିନା ଘୁରିବ ମଥା l


ହିଂସା, ଅହଂକାରେ ଜଳୁଛ

ପ୍ରତିଶୋଧ ନିଆଁରେ

ମହତବାଣୀ ଯେ କହୁଛ

ମୂର୍ଖ ଜନ ପାଖରେ l


ନିରେଖି ଦେଖିଲେ ଜାଣିବ

ତୁମେ କେତେ ସତିଆ

ଭଲ କରି ନିଘା କରିବ

ତୁମେ ପୁରା ବିଲୁଆ l


ନିଜ ସ୍ୱାର୍ଥ ଲାଗି ମରିବ

ମାରି ନିରୀହ ଜନ

ମିଛ କହି କ୍ଷମା ମାଗିବ

ହୋଇ ନିର୍ଲଜ ସମ l


ମନ କଥା ଯେବେ ବୁଝିବ

କେଡ଼େ ବେଇମାନି ଜାଣିବ

ଏତେ ପୂଜା ପାଠ କି ହବ?

ପାପୀ ହୋଇ ନରକ ଯିବ l


ନିଜ ସହ କଥା ହୋଇଲେ

ଜାଣିବ ଚରିତ୍ର ତୁମ୍ଭର

ବଡ଼କୁହା ତୁମେ ନହୋଇ

ନିଜ କଥା ସମ୍ଭାଳ l


ଯେବେ ନିକିତିରେ ମାପିବ

ଅସଲ ମୁଖା ଯେ ଖୋଲିବ

ନୀଚମନା କେବେ ନହେବ

ସଭିଙ୍କୁ ଆଦର କରିବ l


ଭଲ ଆଚରଣ କରିଲେ

ସମାଜେ ସମ୍ମାନ ମିଳଇ

ସଭିଏଁ ଖୁସିରେ ରହିଲେ

ଧରଣୀ ସରଗ ଲାଗଇ l


ପର ମନ୍ଦ କଥା ନଭାବି

ସମାଜ ମଙ୍ଗଳ କରିବ

ତେବେ ସିନା ତୁମ୍ଭେ ମରିଲେ

ସାରା ସଂସାର ତୁମକୁ ଝୁରିବ l


ପର ଉପକାରେ ବଞ୍ଚିବ

ସତ୍ୟ ପଥେ ବାଟ ଚାଲିବ

ନିଜ ପର କେହି ନାହାନ୍ତି

ଧର୍ମରେ ମିଳଇ ଶାନ୍ତି l


ସଭିଏଁ ଖୁସିରେ ରହିଲେ

ଧରଣୀ ମାଆ ଯେ ହସିବ

ସଭିଏଁ ଶାନ୍ତିରେ ରହିଲେ

ନିଜେ ହସି ବାଟ ଚାଲିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational