STORYMIRROR

Prabodha Chandra Mudra

Inspirational

3  

Prabodha Chandra Mudra

Inspirational

ନୀତିରତ୍ନ ପ୍ରବୋଧ ଚନ୍ଦ୍ର ମୁଦ୍ରା

ନୀତିରତ୍ନ ପ୍ରବୋଧ ଚନ୍ଦ୍ର ମୁଦ୍ରା

1 min
194

ବିଦ୍ୟା ଅଟେ ମହାରତ୍ନ ଜଗତଭୂଷଣ, 

ସର୍ବଧନ ମଧ୍ୟ ବିଦ୍ୟା ଅଟଇ ପ୍ରଧାନ ।୧।

ବିଶ୍ବ ସର୍ବତ୍ର ପୂଜିତ ହୁଅନ୍ତି ବିଦ୍ୟାନ, 

ଦେବସୁଲଭ ଜ୍ଞାନକୁ କରି ଆଭୂଷଣ ।୨।

ପ୍ରବାସୀ ଜନର ମିତ୍ର ଅଟଇ ତ ବିଦ୍ୟା,

ବିଦ୍ୟା ଓ ବୁଦ୍ଧି ରେ ହୁଏ ସେ ଜଗତଜିତା ।୩।

ନାସ୍ତି ବିଦ୍ୟା ସମ ବନ୍ଧୁ ଏ ଜଗତେ ଭାଇ,

କାମଧେନୁ ପରି ଜ୍ଞାନ ଫଳଦା ଅଟଇ ।୪। 

ଗୃହସ୍ଥର ଶ୍ରେଷ୍ଠ ବନ୍ଧୁ ତା'ର ଧର୍ମପତ୍ନୀ, 

ଏକ ଆତ୍ମା ବେନି କାୟା ହୋଇଥାନ୍ତି ପୁଣି ।୫।

ବିପଦ-ଆପଦେ ଦୁହେଁ ଦୁହିଁଙ୍କର ସଖା, 

ସମସୁଖ-ଦୁଃଖରେ ଚଳାନ୍ତି ଭବ ନୌକା ।୬।

ଭାର୍ଯ୍ୟା ସମକକ୍ଷ ମିତ୍ର ନାହିଁ ତ ସ୍ବାମୀର, 

ଅତୁଟ ବନ୍ଧନେ ବନ୍ଧା ଜନ୍ମଜନ୍ମାନୁର ୭। 

ରୋଗୀର ପରମବନ୍ଧୁ ଅଟନ୍ତି ଡାକ୍ତର, 

ଯନ୍ତ୍ରଣାର ଉପଶମ କରନ୍ତି ସତୁର ।୮।

ମୃତ ବ୍ୟକ୍ତିଙ୍କର ବନ୍ଧୁ ଅଟଇ ଯେ ଦାନ,

ସେହି ଦାନପୁଣ୍ୟ ବଳେ ହୁଅନ୍ତି ମହାନ ।୯।

ଦରିଦ୍ର ପୁରୁଷ ସଦା ମୃତତୁଲ୍ୟ ଜାଣ, 

ମଣିଷ ରୂପରେ ଗଣା ନ ହୁଅନ୍ତି ପୁଣ ।୧୦। 

ସତ୍ୟ ଓ ଆଦର୍ଶ ଗୁଣେ ହୋଇଲେ ମଣ୍ଡନ, 

ତଥାପି ତା' ବଚନ ଯେ ଅଟେ ମୂଲ୍ୟହୀନ ।୧୧।

ସଂସାରରେ ନିର୍ଶନର ନ ହୁଏ ଆଦିର, 

ବଞ୍ଚିଥାଉ ଥାଉ ମୃତ୍ୟୁ ହୁଅଇ ତାହାର ।୧୨। 

ଅଳର-ଅମର ତୁଲ୍ୟ ହୋଇଣ ଯେ ଜ୍ଞାନୀ, 

ବିଦ୍ୟା ଓ ଧନ ଅର୍ଜନେ ହୁଅନ୍ତି ଅଗ୍ରଣୀ ।୧୩।

ବାଦ୍ଧକ୍ୟରେ ଯେବେ ମୃତ୍ୟୁ ହୁଏ ସନ୍ନିକଟ, 

ଧର୍ମ-ଆଚରଣେ ମନ କରିଣ ଉଚ୍ଚାଟ ।୧୪।

ଇନ୍ଦ୍ରିୟଙ୍କ ନିୟନ୍ତ୍ରଣେ ମନର ଦମନ, 

ସ୍ଥିରଚିତ୍ତ ପ୍ରଶାନୁକୁ କୁହାଯାଏ ଶମ ।୧୫।

 ତପର ଲକ୍ଷଣ ଅଟେ ସୁଧର୍ମ ପାଳନ, 

ନୀତି ଓ ଆଦର୍ଶ ନର ହୁଅଇ ମହାନ ।୧୬। 

ଲଜ୍ଜାର ସଜ୍ଞା ଯେ ଅଟେ କୁକାର୍ଯ୍ୟ ବର୍ଜନ,

ସଦାଚାର ଗୁଣେ ବ୍ୟକ୍ତି ହୁଏ ନରୋତ୍ତମ ।୧୭।

କ୍ରୋଧ ଅଟେ ମନୁଷ୍ୟର ସୁଦୁର୍ଜୟ ଶତ୍ରୁ, 

ଲୋଭ ଅନନ୍ତକବ୍ୟାଧୂ ଅଟେ ସବୁଠାରୁ ।୧୮।

ସର୍ବଜୀବେ ଦୟାଭାବ ଥାଏ ଯାହାଠାରେ, 

ସେହି ପ୍ରକୃତରେ ସାଧୁ ଅବଶ୍ୟ ସଂସାରେ ।୧୯।

ଶାସ୍ତ୍ରର ତତ୍ତ୍ଵାର୍ଥଜ୍ଞାନ ଯାହାପାଖେ ରହିଥାଏ , 

ସେହି ଏକା ପଣ୍ଡିତ ପଣରେ ଗଣାହୁଏ ।୨୦।

ସଂକ୍ଷେପରେ ନୀତିରତ୍ନ କରିଲି ବର୍ଣ୍ଣନ 

ସୁଧୀବୃନ୍ଦ ତ୍ରୁଟି ମୋର କରିବେ ମାର୍ଜନ ।୨୧।


Rate this content
Log in

Similar oriya poem from Inspirational