STORYMIRROR

Sushree sangita Swain

Abstract

3  

Sushree sangita Swain

Abstract

ନୀରବ ଯନ୍ତ୍ରଣା

ନୀରବ ଯନ୍ତ୍ରଣା

1 min
11.9K

କିଏ ସେ ଶିଖାଇଛି କୁହ

ସବୁ କିଛି ସହିବାର ମନ୍ତ୍ର

ପୁରୁଷ ର ପୁରୁଷତ୍ୱ ନା

ତୁମ ନାରୀତ୍ୱ

ସମାଜ ର କଟକଣା ଯେତେ

ତୁମ ପାଇଁ କିଆଁ

ତୁମେ ହିଁ କାହିଁକି ନୀରବେ

ସହିବ ତୁମ

ସ୍ୱାମୀ ର ସ୍ଵାମୀତ୍ୱ

ନିରାପତ୍ତା ର ଦ୍ୱାହି ଦେଇ

ଲୁଟି ନେଉଥିବ ତୁମ ନିଜତ୍ବ

ବିଦ୍ରୋହ କରିବା ପାଇଁ

ନାହିଁ କି ଅଧିକାର ତୁମର

ଯୁଗେ ଯୁଗେ ତୁମରି କପାଳେ

ନିର୍ବାସନ, ପରୀକ୍ଷା ଅଗ୍ନି ର

ଖସି ଯାଉଥିବେ ଅନ୍ୟମାନେ

ଦ୍ୱାହି ଦେଇ ନିଜ ପୌରୁଷ ର !



Rate this content
Log in

Similar oriya poem from Abstract