STORYMIRROR

Tapan Dixit

Inspirational Abstract Others

3  

Tapan Dixit

Inspirational Abstract Others

ନୀଳମାଧଵ ହେ …….(ଭାବ ସାଗର)

ନୀଳମାଧଵ ହେ …….(ଭାବ ସାଗର)

1 min
13.4K


ନୀଳରେ ନୀଳରେ ନୀଳବର୍ଣ୍ଣ ପ୍ରଭୁ

ନୀଳଗିରିନାଥ ହୋଇ 

ନୀଳମାଧଵ ହେ ଲୀଳା କର ତୁମେ 

ନୀଳ ଚକ୍ରତଳେ ରହି,

ନୀଳ ଲହରୀରେ ଯା’ ଚରଣ ଧୁଏ 

ମହୋଦଧି ଅହରହ 

ଶକତି ବା କାହୁଁ ଧୋଇଦେବା ପାଇଁ 

ଦେଇ ମୋ ନୟନ ଲୁହ ,

ଭକ୍ତିରେ ବା କାହୁଁ ବାନ୍ଧିବାକୁ ଶକ୍ତି 

କିବା ଭକ୍ତି ଅବା ମୋର 

ଡରି ମରି କୁହେ ମଣିମାହେ ‘’ଦେହୀ.. 

ପଦ ପଲ୍ଲଵ ମୁଦାରଂ ‘’

ସଂସାରୀ ଟିଏ ମୁଁ ସଂସାର ସାଗରେ 

ମାୟା ତରୀ ଯାଏ ବାହି 

ଭକ୍ତ ସାଲବେଗ ଅବା ଜୟଦେବ 

କାହୁଁ ବା ପାରିବି ହୋଇ, 

ଟୋପାଏ ଲୁହରେ ତୁଳସୀ ଟେ ଧୋଇ 

ଚରଣେ କରେ ଅର୍ପଣ 

ଜଗନ୍ନାଥ ନାମ ତୁଣ୍ଡ ଜପୁ ଥାଉ 

ପିଣ୍ଡୁ ଛାଡି ଯାଉ ପ୍ରାଣ .. ।। 

ତପନ ଦୀକ୍ଷିତ(ବେଳାଭୂମି) ୨୨.୧୧.୨୦୧୭

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational