STORYMIRROR

Soumya Shubhadarshinee

Romance

2.2  

Soumya Shubhadarshinee

Romance

ନୀଳିମା ନିଦରେ

ନୀଳିମା ନିଦରେ

1 min
5.0K




ଚଉଦିଗେ ଶୀତସ୍ନାତ

ରଜନୀ କାଳୀମା


ଅଳସୀ ଚାଦର ତଳେ

ହଜିଛି ନୀଳିମା


ଉଷ୍ମତାରେ ଭରା ତା'ର

ଦେହର ସୁଷମା,,


ଲାଗୁଛି ନିଦୁଆ ଆଖିରେ

ସେତ ଅନୁପମା


ଖୋଜୁଛି ତୁମକୁ ସେତ

ବୁଝୁନାହିଁ ଜମା,,



ତୁମେ ତ ଯୋଜନ ଦୁରେ

ଅନ୍ଧକାର ଅମା



ଆସିଵନି କେବେବି ତୁମେ

ଝୁରେ ପ୍ରିୟତମା,,



ସେ ବେଦନାର କାହାଣୀ

ଅମାବାସ୍ୟା ଚନ୍ଦ୍ରମା


ତୁମେ ଆସ ଥରେ ଦେଖ

ହୋଇବ ସେ ଅନୁପମା,,


ସୁନ୍ଦରୀ ହୋଇବ ପୁଣି ସେ

ଅନନ୍ୟା ନୀଳିମା


*ସୌମ୍ୟା ଶୁଭଦର୍ଶିନୀ*


Rate this content
Log in

Similar oriya poem from Romance