Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Romance Fantasy Others

3  

Ranjit Sahu

Romance Fantasy Others

ନୀଳ ରଙ୍ଗର ପ୍ରେମିକ

ନୀଳ ରଙ୍ଗର ପ୍ରେମିକ

1 min
110


ନୀଳ ରଙ୍ଗ କେବେ ନଥିଲା ମୋ ପ୍ରିୟ

ଆଜି ତହିଁରେ ରଙ୍ଗେ ମୋ ଦୁନିଆଁ

କୁହୁକ ତୁମର ନୀଳ ଚଷମାର

ନୀଳ ଆକାଶରେ ଲଗାଏ ନିଆଁ I 


ନୀଳ ସାଗରର, ନୀଳ ଲହରୀରେ

ଭିଜିଲେ ତୁମ ନୀଳ ପରିଧାନ

ମୋ ଦେହକୁ ଜାଳେ, ସୁପ୍ତ ଅଗ୍ନିଶିଖା

ହୃଦୟ ମୋର କରେ ଅଭିମାନ I


ପଲକ ଉଠିଲେ, ସ୍ଵପ୍ନ ମୋର ହଜେ

ତୁମ ଆଖିର ,ଗାଢ଼ ନୀଳିମାରେ

ଏତେ ଗଭୀରତା ଭରିଛି ସେଠାରେ

ବୁଡାଳି ମଧ୍ୟ ବାହାରି ନ ପାରେ !


ନୀଳ ପର୍ବତରେ ନୀଳ ମେଘ ଯେବେ

ନଈଁ ଯାଇ ଦିଏ ମୃଦୁ ଚୁମ୍ବନ

ମନରେ ଫୁଟଇ ନୀଳ କଇଁଟିଏ

ନୀଳ ଭ୍ରମରର ଖୋଜି ଗୁଞ୍ଜନ ! 


ନୀଳ ରଙ୍ଗ ଦେଖି ଖୋଜେ ମୁଁ ପୋଷାକ,

ନୀଳ ରଙ୍ଗ ଲାଗି ପାଗଳ ମନ

କେଉଁ ଲାଗି କୁହ ନୀଳ ରଙ୍ଗ ଢାଳି

ବଦଳାଇ ଦେଲ ମୋର ଜୀବନ ? 


ଇନ୍ଦ୍ରଧନୁ ଆଜି ଲାଗୁନି ସୁନ୍ଦର

ହଜିଛି ସବୁ ରଙ୍ଗ ଜୀବନରୁ

ନୀଳ ରଙ୍ଗର ମୁଁ ସାଜିଛି ପ୍ରେମିକ

ତୁମେ ସାଥେ ଅଛ ଯେଉଁ ଦିନରୁ ! 


Rate this content
Log in

Similar oriya poem from Romance