ନୀଳ ପଦ୍ମ ମୁଖ
ନୀଳ ପଦ୍ମ ମୁଖ
ସତରେ,
କାହିଁକି କେଜାଣି,
ଲାଗେ ଭାରି ଆପଣା ଗହୀର
ତମ ସହ ପଦେ ଅଧେ
ଆଳାପ କରିବାକୁ
ବ୍ୟାକୁଳ ହେଇଉଠେ
ସ୍ପନ୍ଦନ ଦୁଆରେ ମନ ମୋର
କହିବାକୁ ଅଛି ପୁଣି
କେତେ କଥା
ତାକୁ ସାଇତି ରଖିଛି
ସତତାଳ ପଙ୍କ ପରି
ଆଉଜି ଏ ବୁକୁରେ
ଇଛା ହୁଏ
କାଳେ-ତରବର ହୋଇ
ଠେଲି ଦେବି କିଛି
ଅସଜଡ଼ା ଅକ୍ଷରମାନଙ୍କୁ
ତମ ସେଇ - ନୀଳ ପଦ୍ମ ମୁଖେ
ଲାଜ ଭାରି ଥରେ
