STORYMIRROR

Santanu kumar Meher

Abstract

2  

Santanu kumar Meher

Abstract

ନୀଳ ପଦ୍ମ ମୁଖ

ନୀଳ ପଦ୍ମ ମୁଖ

1 min
319


ସତରେ, 

କାହିଁକି କେଜାଣି,

ଲାଗେ ଭାରି ଆପଣା ଗହୀର

ତମ ସହ ପଦେ ଅଧେ

ଆଳାପ କରିବାକୁ

ବ୍ୟାକୁଳ ହେଇଉଠେ

ସ୍ପନ୍ଦନ ଦୁଆରେ ମନ ମୋର


କହିବାକୁ ଅଛି ପୁଣି

କେତେ କଥା

ତାକୁ ସାଇତି ରଖିଛି

ସତତାଳ ପଙ୍କ ପରି

ଆଉଜି ଏ ବୁକୁରେ


ଇଛା ହୁଏ

କାଳେ-ତରବର ହୋଇ

ଠେଲି ଦେବି କିଛି

ଅସଜଡ଼ା ଅକ୍ଷରମାନଙ୍କୁ

ତମ ସେଇ - ନୀଳ ପଦ୍ମ ମୁଖେ

ଲାଜ ଭାରି ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract