ନୀଳ ନିର୍ବାଣ
ନୀଳ ନିର୍ବାଣ
ତୁମ ନୀଳକାନ୍ତି ରୂପ ବେଶ
ତୁମ ନୀଳ ନୀଳ ହସ
ଆଉ ତୁମ ନୀଳପଦ୍ମ ବେଶ
ନୀଳ ନିର୍ବାଣରେ ମୁଁ ବେହୋସ
ତୁମ ନୀଳକାନ୍ତି ବେଶ ସଦୃଶ
ଦେଖିନାହିଁ ନୀଳ ଆକାଶେ ବିଶ୍ୱ
ତୁମେ ନୀଳପଦ୍ମ ନୀଳସରୋବରେ
ଭାବ ଭକ୍ତିରେ ଥକି ଯାଇନି ଲେସ
ତୁମ ନୀଳ ନୀଳ ନୀଳଚାହାଣୀରେ
ଭକ୍ତ ନୀଳମଣି ଡାକେ ଅଶେଷ
ନୀଳ ନୀଳିମାରେ ନୀଳଆଖି ତୁମ
ମାଗେ ନୀଳ ପିୟୁଷ ଓ ନୀଳହସ
ନୀଳ ଦରିଆର ନୀଳଜଳରାଶି
ନୀଳ ନବଘନ ବେଶ ପ୍ରକାଶ
ନୀଳ ବରଷା ରାଣୀ ଓଢଣୀ ନୀଳରଙ୍ଗ
ନୀଳ ସବୁଜିମା କରେ ହିସାବ ନିକାଶ
ନୀଳ ସେ ଭକ୍ତି ତରଙ୍ଗରେ ନୀଳ ଭାବାବେଶ
ନୀଳ ରଙ୍ଗୋଲିରେ ସାଧବବୋହୁର ଅଣଚାଶ
ନୀଳ ବରଷାରେ ଲୁଚିଛି ସେ ରହି ଉପାସ
ନାଲି ନାଲି ତାର ବଧୂଲି ହସ,ନୀଳ ଉଦାସ
ନୀଳ ନିର୍ବାଣର ସୁନ୍ଦର ବେଶ
ନୀଳ ସାଧଵାଣୀ,ରାଧା ଗଉଡ଼ୁଣୀ
ଦେଖିବ ଆସିଛି ତୁମ ନୀଳବେଶ
ନୀଳବରଷା ନାଚୁଛି ନୀଳମୟୁର ପୁଛ
ନୀଳ ସାଧଵାଣୀ କହେ ବରଷା ବରଷ
ନାଲି ଗୁଲୁ ଗୁଲୁ ସାଧବବୋହୁ ନୀଳନିର୍ବାଣେ
ଦେଖାନାହିଁ କାହିଁ ନୀଳ ଧାନକେଣ୍ଡା
ଭିତରେ ଥିବ ଅବଶ୍ୟ ।
