Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy Inspirational Others

2.0  

Sadananda Sahoo

Fantasy Inspirational Others

ନଈ

ନଈ

1 min
283


ନଦ ନଦୀ ହ୍ରଦ ସୃଷ୍ଟିର ସୌହାର୍ଦ୍ଦ୍ୟ

ପ୍ରଭୁକୃତ୍ୟ ଦାନ ସତ୍ୟ. ; 

କଳକଳ ନାଦେ ନଦୀ ବହିଯାଏ 

ଏକ ଲୟ ଏକ ପଥ. !!

ପର୍ବତ ଶିଖରୁ ଝରଣା କୋଳରୁ

 ଜନମି ଆସେ ସରାଗେ  ; 

ବହୁ ବାଧାବୀଗ୍ନ କରି ଅତିକ୍ରମ

ସାଗର ବୁକୁରେ ମିଶେ   !!

ବରଷା ଜଳରେ ତା'ଉଦର ଭରେ

ବିସ୍ତାରିତ ହୁଏ କାୟା ;

ମୋହ ମାୟା ରଖି ବନ୍ୟା ଜଳେ ରସି

କରେ ପୁଣି କେତେ ମାୟା   !! 

ଉପନଦୀ ମାନେ ଜଳ ଯୋଗାଣରେ

ସ୍ବରୁଚି ରଖନ୍ତି ସତେ  ;

ବଳିଷ୍ଠ ପ୍ରଭାବି ହେଉ ଆମ ନଈ

ଗୌରବ ବଖାଣୁ କେତେ   !!

ସାରା ପୃଥିବୀରେ ଅଛି ଯେତେ ନଈ 

ସଭିଏଁ ସାଗର କନ୍ୟା ;

ପଥ ନପଚାରି ସରାଗେ ଆସନ୍ତି

ପିତ୍ରାଳୟେ ଖୁସି ବନ୍ୟା   !! 

ପ୍ରକୃତି ରାଣୀର ରମ୍ୟ ଉପହାର

ପ୍ରବାହିତ ନଈ ଧାରା  ;

ସ୍ରୋତ ସ୍ରୋତସ୍ଵିନୀ ଜାହ୍ନବୀ କଲ୍ୟାଣୀ

ସୃଷ୍ଟିର ମହକ ପରା   !! 

ପୂର୍ବ ଭାରତର. ଗୌରବ ବିଶେଷ

ଦିଗଙ୍ଗନା  ଗଙ୍ଗାପାତ୍ରୀ   ;

ତା'ନୀର ପବିତ୍ର ମୈର୍ତ୍ତ୍ଯର ସାନୀଧ୍ଯ

ପୁଣ୍ୟ ଗର୍ଭା  ଗଙ୍ଗୋୟତ୍ରୀ   !! 

ତ୍ରିବେଣୀ ସଙ୍ଗମ ଭାରତୀ ବିଶେଷ

ତ୍ରିକୋଣୀୟ ପ୍ରେମ ନୀର.  ;

ଗଙ୍ଗା ଯମୁନା ସରସ୍ଵତୀ କନ୍ୟା

ମିଳନର ସମାହାର.      !! 

ସେ'ସଙ୍ଗମ ସ୍ଥଳ ପୂଣ୍ୟାତ୍ମା ପ୍ରୟାଗ

ସ୍ନାନାର୍ଥେ ପ୍ରକୃଷ୍ଟ ସ୍ଥଳ.  ;

ରହିଛି ବିଶ୍ଵାସ ପାପ ଯିବ କ୍ଷୟ

ପ୍ରାପ୍ତ ହେବ ପୁଣ୍ୟଫଳ.    !! 

ସୁଦୀର୍ଘ କାମିନୀ ସୁରଭି ତଟିନୀ

ଉତ୍କଳୀନି   ମହାନଦୀ  ;

ରମ୍ୟ ରୂପକାନ୍ତି ବିହଙ୍ଗାସାରଣୀ

କବି ଲେଖନୀର କ୍ରାନ୍ତି   !! 

ତା'ର ରମ୍ୟ କୂଳ ଶୋଭାର ଭଣ୍ଡାର

ନାନା ସ୍ଥାନେ ସିଗ୍ଧ ରୂପ.  ;

ରୂପଶ୍ରୀ ଶୁଭଶ୍ରୀ ତରୁଣୀ ସୁନ୍ଦରୀ

ଭାବୁକର  ତପୋବନ.   !! 



Rate this content
Log in

Similar oriya poem from Fantasy