ନଈ
ନଈ
ପାହାଡ, ପର୍ବତରୁ ତୁ ଉତ୍ପତ୍ତି ହେଉ,
ସର୍ପିଳ ଗତିରେ ଗତିି କରୁ ଥାଉ ।
ଅଙ୍କାବଙ୍କା ପଥ ଦେଇ ଚାଲିଥାଉ,
ନିରନ୍ତର ତୁହି ପ୍ରବାହିିତ ହେଉ ।
ଉତଥାନ ପତନରେ ଗତି କରୁ ତୁୁହି,
ନିର୍ଭୟେ ବହିିଚାଲୁ ଦେଖାଇ ଛାତି ।
ପାହାଡ,ପର୍ବତ,ନିର୍ଝରିଣୀ ଦେଇ,
ଅହରହ ବହୁ ଅବିିଶ୍ରାନ୍ତ ହୋଇ ।
କେତେକେତେ ଘଟଣା, ଦୁର୍ଘଟଣାର,
ମୂକସାକ୍ଷୀ ହୋଇ ଅଛୁ ସେ ସବୁୁର ।
ସୌନ୍ଦର୍ଯ୍ୟର ତୁହି ଗନ୍ତାଘରଟିଏ,
ତୋ ଦର୍ଶନେ ମନ ରୋମାଞ୍ଚତ ହୁଏ ।
କୋଳରେ ସାଇତିଛୁ ଅନେକ ସ୍ମୃତି,
କେତେ ଅଭୁଲା ଦିିିନ ଯାଇଛି ବିତି ।
ତୋ ଛାତିରେ ବହେ ଶୀତଳ ସମୀର,
ଅମାନିଆ ମନ ହୁଏ ରୋମାଞ୍ଚକର ।
ତୋ ଘର୍ଘର ନାଦେ ମନ ନାଚି ଉଠେ,
ରହି ବାକୁ ଇଚ୍ଛା ହୁଏ ତୋର ସେଇ ତୁଠେ ।
ତୋ ବକ୍ଷ ତରଙ୍ଗେ ମନ ନାଚି ଯାଏ,
ତୋ ସାଥିରେ ମିଶିବାକୁ ମନେ ଇଚ୍ଛା ହୁଏ ।