ନଈ କାନ୍ଦୁଛି ଆଜି
ନଈ କାନ୍ଦୁଛି ଆଜି
ନଈ ଓଠରେ ନାହିଁ ହସ
ତଥାପି ଗାଉଛି ନିତି କରୁଣ ଗୀତ
ବିଷାକ୍ତରେ ଭରା ତା ଅଙ୍ଗ
ଜାଣେନା କେବେ ବୁଝିବ ଦୁଷ୍ଟ ମାନବ
ଦେଖୁଛି ଖାଲି ନିଜର ଲାଭ
ଦେଖୁନି କାହା କ୍ଷତି
ତା ହିତ ପାଇଁ ପ୍ରାଣ ଯାଉଛି
ଅସହ୍ୟ କଷ୍ଟ ସହି
ନଈ କୂଳେ କାରଖାନାମାନ
ଗଢି ଦେଇଛି ସିଏ
ବିଷାକ୍ତ ପାଉଁଶ ନିତି ଛାଡେ
ନିରୀହ ପ୍ରାଣ ଯାଏ
ପାହାଡୁ ବାହାରି ଯାଏ ଝରି ଝରି
ସୁଦୀର୍ଘ ସୁଗଭୀର ସିନ୍ଧୁ ପାଖକୁ
ସଭିଁଏ ଅତ୍ୟାଚାର କରନ୍ତି ମତେ
କିଏ ବା ବୁଝିବ ମୋ ଦୁଃଖକୁ
ପ୍ରାଣ ଥାଇ ପ୍ରାଣ ହୀନ ପରି
ବଞ୍ଚୁଛି ନିତି ମୁଁ ଝୁରି ଝୁରି
ମୋ କୋଳରେ ରହୁଥିବା ମୋ ପରିବାର
ଦିନକୁ ଦିନ ଯାଏ ଅପସରି
