STORYMIRROR

Judhisthir Majhi

Tragedy

3  

Judhisthir Majhi

Tragedy

ନଈ କାନ୍ଦୁଛି ଆଜି

ନଈ କାନ୍ଦୁଛି ଆଜି

1 min
306

ନଈ ଓଠରେ ନାହିଁ ହସ

ତଥାପି ଗାଉଛି ନିତି କରୁଣ ଗୀତ

ବିଷାକ୍ତରେ ଭରା ତା ଅଙ୍ଗ

ଜାଣେନା କେବେ ବୁଝିବ ଦୁଷ୍ଟ ମାନବ


ଦେଖୁଛି ଖାଲି ନିଜର ଲାଭ

ଦେଖୁନି କାହା କ୍ଷତି

ତା ହିତ ପାଇଁ ପ୍ରାଣ ଯାଉଛି

ଅସହ୍ୟ କଷ୍ଟ ସହି


ନଈ କୂଳେ କାରଖାନାମାନ

ଗଢି ଦେଇଛି ସିଏ

ବିଷାକ୍ତ ପାଉଁଶ ନିତି ଛାଡେ

ନିରୀହ ପ୍ରାଣ ଯାଏ


ପାହାଡୁ ବାହାରି ଯାଏ ଝରି ଝରି

ସୁଦୀର୍ଘ ସୁଗଭୀର ସିନ୍ଧୁ ପାଖକୁ

ସଭିଁଏ ଅତ୍ୟାଚାର କରନ୍ତି ମତେ

କିଏ ବା ବୁଝିବ ମୋ ଦୁଃଖକୁ


ପ୍ରାଣ ଥାଇ ପ୍ରାଣ ହୀନ ପରି

ବଞ୍ଚୁଛି ନିତି ମୁଁ ଝୁରି ଝୁରି

ମୋ କୋଳରେ ରହୁଥିବା ମୋ ପରିବାର

ଦିନକୁ ଦିନ ଯାଏ ଅପସରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy