ନିଃସର୍ତ୍ତ ପ୍ରେମ
ନିଃସର୍ତ୍ତ ପ୍ରେମ
ମା'
ଓଁ କାର ନାଦ ରୂପି ଗୋଟିଏ ଅକ୍ଷର
ମାତ୍ର ଦୁଇଟି ଧ୍ୱନୀରୁ ସୃଷ୍ଟି ମା'
ମା'କୁ କିପରି କରିବି ପରିପ୍ରକାଶ
ମା'ନିଜେ ତ ଏକ ପ୍ରକାଶ
ଜୀବନ ର ପ୍ରଥମ ସମ୍ପର୍କ ର ଚିହ୍ନ ମୋ ମା'
ଆଦ୍ଯ ଗୁରୁ ଆଦ୍ଯ ସଖା ମୋ ମା'
ମା' ନାଁ ରେ ହିଁ ସ୍ୱର୍ଗ
ମା'ନାଁ ରେ ଅମୃତ
ନିଃସର୍ତ୍ତ ପ୍ରେମ ର ସମ୍ପର୍କ ମା'
ନା କିଛି ସେ ଲୋଡ଼ି ପାରେ
ନା କିଛି ସେ ମାଗି ପାରେ
କେବଳ ଦେଇଥାଏ ଅଜସ୍ର
ଆରମ୍ଭ ରୁ ଶେଷ ପର୍ଯ୍ଯନ୍ତ
ଅନାବିଳ ସ୍ନେହ
ଅନ୍ତର ର ନିର୍ଭୁତ କୋଣରୁ ଓଜାଡ଼ି
ସେ ମୋ ମା'.
