STORYMIRROR

Sabita Nayak

Romance

3  

Sabita Nayak

Romance

ନିଃସଙ୍ଗତା

ନିଃସଙ୍ଗତା

1 min
325


ଏଠି ଅନେକ ଲୋକ

ଗାଡିମଟର ଘୁଁଘାଁ

ଗହଳି ଚହଳି

ଧାଁ ଦୌଡ

ଏତେ ଗହଳି ଭିତରେ ବି

ଭାରି ଏକା ଏକା ଲାଗେ

ତୁମେ ନାହଁ ଯେ।


କେବେ ଭିଡ ଭିତରେ ମୁଁ

ଚାପି ହୋଇଯାଏ

ଚାରିପଟୁ ଲୋକ ଯେପରି

ମୋତେ ମାରିବାକୁ ଉଦ୍ୟତ କରନ୍ତି

ଅଣନିଃଶ୍ବାସିରେ ମୁଁ

ତୁମକୁ ଖୋଜେ।


ଶୁନ୍ଶାନ୍ ନିଛାଟିଆ ରାସ୍ତାରେ

ଏକା ଏକା ଯାତ୍ରୀ ମୁଁ

କେମିତି ଏକ ଅଜବ ଡର

ମନରେ ପଶେ

ହଜିଯିବି କାଳେ କି

ଶୂନ୍ୟତା ଭିତରେ।


ତୁମେ କହିଦେଲା ପରେ

ତୁମ ହୃଦୟ ଆଉ କାହାର ବୋଲି

ସବୁ ଖାଲି ଶୂନ୍ୟ ଶୂନ୍ୟ ଲାଗେ

ରସଶୂନ୍ୟ ମୋର ହସ ସବୁ

ମୋତେ ଯେମିତି ତାତ୍ସଲ୍ୟ କରନ୍ତି

ଆଇନାରେ ମୋ ମୁଁହ ଦେଖିବାବେଳେ

ମୋତେ ଦେଖି ମୁଁ

ଚମକି ପଡେ।


ତମେ କାଳେ ବେଶ୍ ଖୁସି ଅଛ

ତୁମ ସହ ଖୁସି ଅଛି ତୁମ ସାଥି

ଏଣେ ତୁମ ବିରହରେ

ମୁଁ ଭୁଲିଯାଇଛି ଭୋକ ଶୋଷ

ଅଶ୍ରୁପୂର୍ଣ୍ଣ ନିଦ୍ରାହୀନ ନୟନଯୁଗଳ

ତୁମକୁ ଖୋଜେ ଦିବାନିଶି।


ଧେତ୍ ମୁଁ ପାଗଳି

ପ୍ରେମ ପଛେ ଗୋଡାଇ ଗୋଡାଇ

ତୁମକୁ ଧରିବି ଧରିବି ଭାବୁ ଭାବୁ

ଦେଲି ହାତଛାଡି।


ଓଃ!କି ଶାନ୍ତି

ଏବେ ମୁଁ ତୁମପାଇଁ

ବହୁତ ଖୁସି

ନିଃସଙ୍ଗତା ଲାଗେ ଭାରି ଆପଣାର

ନୂଆ ନୂଆ କରି

ମୋ ପ୍ରେମରେ ମୁଁ ନିଜେ ପଡିଛି।


ସପନରେ ଆଉ ତୁମେ ଆସୁନାହଁ

ମୋ ସ୍ବପ୍ନର ନାୟକ ମୁଁ

ନାୟିକା ମୁଁ

ମୋ ହସ ମୋତେ ଭାରି ଭଲଲାଗୁଛି

ମୁଁ ପରା ଏବେ ମୋତେ

ଭଲପାଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance