ନିଃଶବ୍ଦ..
ନିଃଶବ୍ଦ..
କେଇ ପଦ କଥା ତ
ଥିଲା,
ତୋ' ମୋ'ସମ୍ପର୍କର ସେତୁ,
ତୁ ମତେ, ମୁଁ ତତେ..,
ବାସ୍..
କିଛି ଜଣାରେ,
କିଛି ଅଜଣାରେ..!
ନଥିଲା ତ କିଛି ବାହାନା,
ମିଛ..
ପ୍ରତାରଣା, ଛଳନାର ବସ୍ତୁ,
ତୋ,ମୋ ପାଖରେ,
ନାଁ ଥିଲା କେଉଁ..
ଖାସ୍ ଅଧିକାର,
ଆମ ସମ୍ପର୍କରେ..!
ବହୁତ କିଛି କହିବାର ତ
ଥିଲା,ବୋଧେ..
ନୀରବ ଅଭିବ୍ୟକ୍ତିର ଭାଷା,
ତୁ ମତେ, ମୁଁ ବି ତତେ,
ବୁଝିବାକୁ କିଂତୁ,
ସବୁ ଶବ୍ଦ ଥିଲା..
ପ୍ରାୟ ନିଃଶବ୍ଦରେ..!
@ଇନ୍ଦ୍ରଧନୁର ରଂଗ..🌷

