STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ନିଃଶ୍ୱାସ-ଅନିଃଶ୍ୱାସ

ନିଃଶ୍ୱାସ-ଅନିଃଶ୍ୱାସ

2 mins
269

ନିଃଶ୍ୱାସ ତୋର ନିଜର ନୁହେଁ

ମାଲିକ ୟାର ଆଉ ଜଣେ କିଏ 

ବାକିତକ ଯାହା ତୁଚ୍ଛ ହାଡ଼ ମାଉଁସତକ ସବୁ

ଧମନୀ ଶିରା ରକ୍ତ ମଳ ମୁତ୍ର ପୂଜ ନଖ କେଶ ଯେତକ

ଇନ୍ଦ୍ରିୟ ପାଇଛୁ ଦୟାରେ ସେ ଈଶ୍ୱରଙ୍କଠାରୁ ତୁହିରେ

ଜିହ୍ୱାରେ ଚାଖୁଛୁରେ ସ୍ୱାଦ କି ଅସ୍ୱାଦ ଖାଦ୍ୟ

କହୁଛୁ କଥା ତୋର ବଡ଼ ମୁହଁରେ

ଏହା ନଥିଲେ ମୂକ ଜାଣ

ନିଃଶବ୍ଦ ସଂସାର ମଣ................ (୧)

କେବେ ଫୁଲ ଧୂପକୁ ଚିହ୍ନୁ

ସୁଗନ୍ଧ ଦୁର୍ଗନ୍ଧ ପାଇଁ ଏକ ଫାଟକ

ନାକ ପାଇଁ ତୋର ସତେ କେତେ ନାଟକ

ନାକ ଟେକି କଥା କହୁ ଅତରେ ନିଜକୁ ଧୋଉ

କେବେ ପରିଶ୍ରମର ଝାଳେ ଚଳେ ସଂସାର ଆସେ ନିଦ

କେବେ ଘିଅଦୀପେ ଭକ୍ତ ସାଜୁ ଓ ଦେହର ବାସ୍ନା ଖୋଜୁ

କର୍ଣ୍ଣ ତୋର ଦୁଇ ସ୍ୱର୍ଣ୍ଣକଙ୍କଣଠୁ ମୂଲ୍ୟବାନ ଅଙ୍ଗ

ଚତୁର ସାଜୁ ଶୁଣି କେତେ ଜ୍ଞାନବାଣୀ ଅବାଣୀ

କାଲ ବଧିର ତୁ ଏହା ବିନା ଗୋଟିଏ ମୁହୂର୍ତ୍ତେ

ପାଇଛୁ ଇନ୍ଦ୍ରିୟ ତୁହି ଅନେକ ସର୍ତ୍ତେ

ଉପର ବାଲା ସବୁ ଦେଖୁଛି

ମୁରୁକି ମୁରୁକି ହସୁଛି................ (୨)

ଦାନ୍ତ କଡ଼ମଡ଼େ କ୍ରୋଧ ତୋର

ଭିତର ବଳଟା ତୋର ନୁହେଁ ନିଜର

ଦେଉଛୁ ହସି କେବେ ସୁଖରେ ଦୁଃଖରେ

ପୁଣି କେବେ ତାତ୍ସଲ୍ୟ ଈର୍ଷାରେ ଅନ୍ତଃଜ୍ଜ୍ୱାଳାରେ

ହଜମ କରୁଛୁ ଗୁଣ୍ଡ କରୁଛୁ ଆଉ କାହାର ହାଡ଼ ଖାଦ୍ୟ କହି

ତୋ'ଦାନ୍ତରେ ଅନେକ ଆସନ୍ତି ଜୀବ ନିର୍ଜୀବ ସ୍ୱାଦିଷ୍ଟ ହୋଇ

କେତେ ଗର ଅହଙ୍କାର ଶକ୍ତ ଶୁଭ୍ର ଦାନ୍ତ ପାଇଁ ତୋର

ଏହା ଭାଙ୍ଗିଗଲେ ସବୁ ଅସୁନ୍ଦର ସବୁ ହେବେ ପର

ବୟସର ରାତି ଆସିଯିବ ଦୂର ହେବେ ଆପଣାର

ତୋ'ଠାରୁ ତୋ ଖାଦ୍ୟ ହେବ ଦୂରରେ ବାବୁ

ନଖାଇ ପାରି ଖାଲି ଦେଖି ହିଁ ପାରିବୁ

ତୁ ହାରିବୁରେ ତୁ ନିଶ୍ଚେ ହାରିବୁ..............(୩)

ଦୁଇ ନୟନେ ବିଶ୍ୱ ଦେଖୁଛୁ

ହର୍ଷ ଉଲ୍ଲାସରେ ଗାଉଛୁ ମଧୁର ଗୀତ

ମନୋହର ରୂପ ପ୍ରକୃତିର ସ୍ୱୀକୃତି ତୋ ଆଖିର

କରୁଣାମୟଙ୍କ ଦାନ ପ୍ରତିଦିନ କିଛି ନୂଆ ଦେଖାଏ

ଅତି ମୂଲ୍ୟବାନ ଚକ୍ଷୁଦ୍ୱୟ କେବେ ଦୟାବାନ କେବେ ନିର୍ଦ୍ଦୟ

ଅନ୍ଧକାରମୟ ସାରାଜଗତ ନୟନ ବିନା ଅଜଣା ମିଛ ଓ ସତ

ସାଇତି ରଖିବୁ ଧନ ପାପେ ରଖିବୁନି ମନ ଅଳ୍ପେ ସନ୍ତୁଷ୍ଟ

ଆଖିରୁ ସର୍ଜନା ଶକ୍ତି ପୂଣ୍ୟ ଓ ପାପର ଆରମ୍ଭ ଈତି

ଏହା ବିନା ସବୁ ଲାଗେ ବ୍ୟର୍ଥ ଏଠାରୁ ଜନ୍ମିତ ସ୍ୱାର୍ଥ

ହେ ଈଶ୍ୱର କୋଟି ପ୍ରଣାମ ଦେଖାଉଥାଅ ବାଟ

ସବୁ ପାଠ ତ ତୁମର ମୁଁ ଅଟେ ମାଧ୍ୟମ ମାତ୍ର।.......... (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational