ନିଦ୍ରା ତେଜ
ନିଦ୍ରା ତେଜ
କେତେ ଦିନ ଆଉ ଚେଇଁ ଶୋଇଥିବୁ
ଉଠ ତୁହି ନିଦ୍ରା ତେଜି
ସୁବିଧା ରେ ସବୁ ଶୁଖ ସାଉଁଟିବୁ
ମଉକା କୁ ଖୋଜି ଖୋଜି l
ତୋର ଜାତି ଭାଇ ଯୁଦ୍ଧ ଲଢୁଅଛି
ଚାହିଁଛୁ ତୁ ଜଳକା ପରି
ଚାରିକାନ୍ଥେ ରହି ବୋଲାଉଛୁ ତୁହି
ଚତୁର ପଣରେ ହେବକେ ସରି l
କଷଣ ସିଏ କରିଣ ଭୂଷଣ ଲଢେ
ମୋର ଜାତି ଭାଇ ସୁଖ
ମନରେ ସଦା ଭାଳୁ ଥାଏ
ଅନୁପସ୍ଥିତି ରେ ପାଉଥାଏ ଦୁଃଖ l
ନିଜ ଅଧିକାର ସ୍ୱାଭିମାନ ପାଇଁ ତୁହି
ଲଢ଼ିବାକୁ ପଶ୍ଚାତପଦ ହେଉ କିମ୍ପାଇ
ବିନା ପରିଶ୍ରମେ ସିଂହ କି ଶୋଇଲେ
ମୃଗ କି ମୁଖେ ପ୍ରବେଶଇ l
ନିଜ ପାଇଁ ତୁହି କରିଲେ ସଂଗ୍ରାମ
ଲଭିବୁ ସଦା ଆତ୍ମ ସନ୍ତୋଷ
କର୍ତ୍ତବ୍ୟ ଠାରୁ ଦୂରେ ରହି
ଲଭୁଅଛୁ ତୁ କେଉଁ ଯଶ l
ପରିସ୍ଥିତି ସିନା ସାଜିଲେ ବାଧକ ତୋର
ଦେବୁ ତୁହି ପଛ ଘୁଞ୍ଚା
ଉତ୍କଳ ମାତାର ବୀର ସନ୍ତାନ ତୁ
ଭୁଲିଲୁ ପୂର୍ବ ଗୌରବ ଗାଥା l
