STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract Comedy

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract Comedy

ନିଧିଆ ବୁଢ଼ାର ନୂଆ ବରଷ

ନିଧିଆ ବୁଢ଼ାର ନୂଆ ବରଷ

1 min
108

ବାଣ ଫୁଟୁଥାଏ ରାତି ଅଧରେ,

ନିଧିଆ ବୁଢ଼ାଟା ଶୋଇ ନପାରେ।

ଗଲା ଚାରିଦିନ ଜରରେ ପଡ଼ି,

ଶୋଇଅଛି ଶେଯେ ମୁହଁକୁ ମାଡ଼ି।।

ଓଷଦ କଥା ତା' କିଏ ପଚାରେ,

ଖୁଦ କଣାଟିଏ ଘରେ ନାହିଁରେ।

ମାଇପକୁ କହେ କହଲୋ ବୁଢ଼ୀ,

ଶୀତ ରାତେ ମାରେ କି ଘଡ଼ଘଡ଼ି।।

ବୁଢ଼ୀ ଭାଷଇ ଫୁଟୁଅଛି ବାଣ,

ଧନୀଙ୍କ ନୂଆ ବରଷ ପାଳନ।

ଆମପାଇଁ ସବୁଦିନ ସମାନ,

ନୂଆ ବରଷଟା ସାତ ସପନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract