ନିଦାଘ ଗ୍ରୀଷ୍ମ
ନିଦାଘ ଗ୍ରୀଷ୍ମ
ଗରମ ପବନ ଝାଇଁ ଝାଇଁ,
ପ୍ରଚଣ୍ଡ ରୌଦ୍ର ଆସିଲା ଧାଇଁ ।
ରବି କିରଣ ଲାଗଇ ଟାଣ,
ନିଦାଘ ଖରାକୁ କର ବାରଣ।
ଓଦା ଗାମୁଛା ମୁଣ୍ଡେ ଘୋଡାଇ,
ଘରୁ ବାହାରିବ ପାନୀୟ ନେଇ।
ଥକି ପଡିଲେ ନେବ ବିଶ୍ରାମ,
ଅଂଶୁଘାତରୁ ହେବ ବିରାମ।
ସନ୍ତୋଷ ଲାଗେ ଶୀତଳ ଜଳ,
ମନ ତୃପ୍ତି କରେ ଦହି ପଖାଳ ।
ଛାତ ଉପରେ ରଖିବ ପାଣି,
ପାଣି ପିଇ ପକ୍ଷୀ ରହିବେ ଋଣୀ।
ଶୂନ୍ ଶାନ୍ ଦିଶେ ଗାଆଁ ସହର,
ପାଣି ପାଇଁ ଏବେ ସର୍ବେ ଆତୁର।କାଳବୈଶାଖୀର ତାଣ୍ଡବଲୀଳା,
ଗଛ-ପତ୍ର ଭାଙ୍ଗି କରଇ ଖେଳା।
ବୈଶାଖ ମାସ ପ୍ରବେଶ ହେଲା,
ଆମ୍ବର ବାସ୍ନା ମନ ମୋହିଲା।
ପାଚିଲା ଆମ୍ବର ସଜେ ପସରା,
ଫଳ ମଧ୍ୟେ ରାଜା ଅଟଇ ପରା।