STORYMIRROR

Binodini Dash

Inspirational

3  

Binodini Dash

Inspirational

ନିଦ ମାଉସୀ

ନିଦ ମାଉସୀ

1 min
138



ନିଦ ମାଉସୀ ଲୋ ନିଦ ମାଉସୀ

ମୋ କୁନାକୁ ଟିକେ ଦେଏ ଆଉଁସି ।

ତୋ ମିଠା ଛୁଆଁରେ ସେ ଯିବ ଶୋଇ 

ସପନ ରାଇଜେ ବୁଲିବ ଯାଇ ।

ଲାଲ୍ ପରୀଟିଏ ତା' ହାତ ଧରି

ଡାକି ନେଇଯିବ ମାୟା ନଗରୀ ।

କେତେ ଟିକି ପରୀ ଭେଟିବେ ଆସି

ତାଙ୍କ ସାଥେ ମିଳି ଖେଳିବ ହସି ।

ପରୀ ରଇଜକୁ ବୁଲି ଦେଖିବ

ସବୁ ନୂଆ ନୂଆ ସେଠି ଲାଗିବ ।

ଭୋକ ଶୋଷ ସେଠି କିଛି ନଥିବ 

ସୁନା ଫଳ ଦେଖି ଖୁସି ହୋଇବ ।

ସବର୍ଣ୍ଣମୟ ସେ ମାୟା ପୁରରେ

ଧନ ମୋ ବୁଲିବ ଖୁସି ମନରେ ।

ରାଗରୁଷା ଲୋଭ ହିଂସା କପଟ

ବିନା ପରା ସେଠି ଚାଲନ୍ତି ବାଟ ।

ସେନେହ ମମତା ଆଦର ଦେଖି

ମୋ ଧନ ମନଟା ଯିବରେ ଲାଖି ।

ମୋତେ ବି ସେଠାକୁ ନେବ ବୁଲାଇ

ପୁତ୍ର ଜନ୍ମ ତା'ର ସାର୍ଥକ ପାଇଁ ।

ନିଦ ମାଉସୀ ଲୋ କରୁଛି ଅଳି

ଶୁଆଇ ଦେ ମୋର ଦୁଖୀ ଶଙ୍ଖାଳି ।



Rate this content
Log in

Similar oriya poem from Inspirational