STORYMIRROR

Dipti lekha Mishra

Abstract Classics Inspirational

4  

Dipti lekha Mishra

Abstract Classics Inspirational

ନିବେଦନ

ନିବେଦନ

1 min
235


ହେ ଭାରତମାଆ ମୋର

ତୁମକୁ ଅନୁରୋଧ ବାରମ୍ବାର

ଏ ଭବର ପାପୀଙ୍କୁ ଉଦ୍ଧାରକର

ନତୁବା ଭାସିବ ଏ ସଂସାର॥


ସାହି ସାହିରେ ଘରେ ଘରେ

ଯେଉଁଠି ଦେଖ ଚାଲିଛି 

କୂଟ ରାଜନୀତି

ମନ୍ଦିରରେ ହେଉ କି ନଦୀରେ

ଜଳୁଛି ବିଷବତୀ॥


କେଉଁଠି ଖାଦ୍ୟରେ ମିଶୁଛି ବିଷ ତ

ପୁଣି କେଉଁଠି ଶଦ୍ଦବିଷ 

କେଉଁଠି ସଂସ୍କାରରେ ଭରିଛି ବିଷ ତ

ପୁଣି ରକ୍ତ ରେ ବି ବିଷ॥


ଅମୄତ ଖୋଜି ଲାଗୁଛି ନୟାନ୍ତ

ମିଳୁନାହିଁ ଅତ୍ତାପତ୍ତା

ବିଶ୍ବାସ ଖୋଜି ଶେଷେ ନିରାଶ ସବୁ

କିଏ ଦେବ ନିରାପତ୍ତା???


ଆଖି ଖୋଲିଲେ ବିଷମାୟା ଖେଳ

କାନ ଶୁଣୁଛି ବିଷମନ୍ତ୍ର

ହାତଗୋଡ ମନ ଖୋଜନ୍ତି

ସର୍ବତ୍ର ବିଷଦ୍ବାର

ଏ ଅଟେ କି ମାୟାଯନ୍ତ୍ର???


ପାପଭାରା ପ୍ରଭୂ ବଢି ଚାଲିଲାଣି

ଭରସା ପାଉନି କେଉଁ କୂଳରେ

ଲୂହ ଶୁଖି ଲହୁ ଝରେ ପଛେ ଏଠି

ସତ୍ୟ ସନ୍ଧାନ ନ ମିଳେ ସଂସାରେ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract