STORYMIRROR

SUKANTA KHANDA

Children

4  

SUKANTA KHANDA

Children

ନିବେଦନ

ନିବେଦନ

1 min
373


ଟିକିଦୁବ ଘାସ ବଗିଚା ଭିତରେ

କଅଁଳ ଫୁଲର ବାସ

ଶୀତକୁ ଖାତିର ନ କରି ନିଇତି

ସୂରୁଯ ଦେଖିଲେ ହସ।୧

ଈଶ୍ବରଙ୍କୁ ଦିଏ ଶତ ଧନ୍ଯବାଦ

ପ୍ରାର୍ଥନା ମନ ଭିତରେ

ଇଚ୍ଛା ଆଉ ଆଶା ସଫଳ ପାଇଁକି

କରମ କରୁଛି ବାରେ।୨

ତୁମରି ଦୟାରେ ହୃଦୟେ ମୋର

ଫୁଟିଅଛି ଟିକି ଫୁଲ

କିଏ ହେୟଜ୍ଞାନ ମୋତେ କରିପାରେ

କିନ୍ତୁ ମୁଁ ଅମୂଲ ମୂଲ।୩

ମୋର ସାଧ୍ଯମତେ ଫୁଟାଇଛି ବାସ

ଈଶ୍ବର ନିର୍ଦ୍ଦେଶ ପାଇ

ସୌରଭ ଯଦି ଗ୍ରହଣ ଅଯୋଗ୍ଯ

ଦୂରେ ଚାଲିଯିବ ଭାଇ।୪

ଜଗତର ସବୁ ଭାଇ ଓ ଭଉଣୀ

ନିନ୍ଦା ଦେବା ଅପରାଧ

ନିଜର ଗୁଣକୁ ଚହଟାଇ ଦିଅ

କରି ଜୀବନକୁ ଶୁଦ୍ଧ।୫

ଭାଇଚାରା ଆମେ ଯେତେକ ଧରାରେ

ଉଦ୍ଭିଦ ହେଉ କି ପ୍ରାଣୀ

ଦ୍ବେଷ ହିଂସା ଘୃଣା ମନ ମଧ୍ଯେ ଥିଲେ

ବୁଣିବା ତେଜି କାହାଣୀ।୬

ଦୁବଘାସ ଫୁଲ ବୋଲିକି ନୀଚ୍ଚତା

ଭାବିବନି ଅନୁରୋଧ

ଦେଖ ଏ ଶୀତର ହାବୁକା ମାଡ଼କୁ

ଖାଇ ଦିଏ ଧନ୍ଯବାଦ।୭

ଶୀତ ପାଇଁ ସିନା ହସୁଅଛି ମୁହିଁ

ମରିବା ପୂର୍ବରୁ ଆଜି

ଖରା ଆସିଗଲେ ଲୋପ ହୋଇଯିବି

ଏହି ଏ ମରତେ ଭାଜି।୮

ଶୀତ ଆସିଥାଏ ଈଶ୍ବର ଆଦେଶେ

ଆମର ହେବାକୁ ମିତ

ତାହାରି ଭିତରେ ଜଗତ କଲ୍ଯାଣ

ଦେଇ କରିଥାଏ ହିତ।୯

କୋଟିଏ ପ୍ରଣାମ ଘେନ ହେ ଈଶ୍ବର

ପଠାଇ ଶୀତ ମାଉସୀ

ସତ୍ଯ ଦୟା କ୍ଷମା ଶାସନେ ବାନ୍ଧିକି

ସଭିଙ୍କୁ କରୁଛ ଖୁସି।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children