STORYMIRROR

rasmi maye pati

Inspirational

3  

rasmi maye pati

Inspirational

ନିଆରା ଘାଣ୍ଟ

ନିଆରା ଘାଣ୍ଟ

1 min
334


ହାଣ୍ଡି ଉଛୁଳୁଚି ତଳେ ପଡ଼ୁଚି

  ଜାଳ ଠେଲି ଠେଲି ହାତ ବିନ୍ଧୁଚି ।

ହାଣ୍ଡିକୁ ମୋହର ଜାଳ କାଟୁନି 

 ଚୁଲି ଫୁଙ୍କି ଫୁଙ୍କି ଥକି ଗଲିଣି ।

ଜୀବନ ହାଟରେ କେତେ ସଉଦା

 ସବୁକୁ କରିଚି ମୋ ଘରେ ଗଦା।

ସୁଖ ଦୁଃଖ ସବୁ ଫେଣ୍ଟି ଦେଇଚି

 ଅବ୍ୟକ୍ତ ବେଦନା ଗଣ୍ଠି ବାନ୍ଧିଚି।

କେତେ ବଡ଼ ହାଣ୍ଡି ଭର୍ତ୍ତି କଲିଣି 

  ମଝି ପାହାଚେ ବୟସ ହେଲାଣି ।

ତଥାପି ପ୍ରସ୍ତୁତି ଜାରି ରହିଛି

  ଚୁଲି ସଙ୍ଗେ ପରା ମୁହିଁ ଜଳୁଛି ।

କେବେ ତିକ୍ତ ପୁଣି କେବେ ମଧୁର

 ଜୀବନ ଘାଣ୍ଟଟି ବଡ଼ ଜଟିଳ ।

ଦିନ ଆସିବ ସେ ଚୁଲି ଲିଭିବ

  ଘାଣ୍ଟ ଖିଆ ମୋର ସେବେ ସରିବ ।

ଆଉ ଏକ ନିଆଁ ଜଳି ଉଠିବ

 ପାର୍ଥିବ ତନୁ ସମାପ୍ତ ହୋଇବ ।



Rate this content
Log in

Similar oriya poem from Inspirational